୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୬ ରାଜ୍ୟର ୭ ବିଧାନସଭା ଆସନରେ ଉପନିର୍ବାଚନ

0

ଭାରତ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୬ ରାଜ୍ୟର ୭ ବିଧାନସଭା ଆସନରେ ଉପନିର୍ବାଚନ ହୋଇଛି । ଝାଡଖଣ୍ଡର ଡୁମୁରୀ, ତ୍ରିପୁରାର ବକ୍ସନଗର ଓ ଧାନପୁର, ପଶ୍ଚିମବଙ୍ଗର ଧୁପଗୁରୀ, ଉତ୍ତରପ୍ରଦେଶର ଘୋଷି, ଉତ୍ତରାଖଣ୍ଡର ବାଗେଶ୍ୱର ଓ କେରଳର ପୁଥୁପାଲୀରେ ଏହି ଉପନିର୍ବାଚନ ପାଇଁ ମତଦାନ ହୋଇଛି । ତେବେ ଆଜି ସକାଳ ୭ରୁ ଭୋଟିଂ ପ୍ରକ୍ରିଆ ଆରମ୍ଭ ହୋଇଥିବାବେଳେ ସବୁ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆସନ୍ତା ୮ ତାରିଖରେ ଭୋଟ ଗଣତି ରହିଛି ।
୫ ଆସନରେ ବିଧାୟକଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ନିଜ ଆସନରୁ ଇସ୍ତଫା ଦେଇଛନ୍ତି । ସେହିପରି ପ୍ରଥମ ଥର ପାଇଁ ଏନଏଡି-ଇଣ୍ଡିଆ ମେଣ୍ଟ ମଧ୍ୟରେ ମୁକାବିଲା ହୋଇଛି । । ୪ଟି ରାଜ୍ୟରେ ବିଜେପି ବିରୋଧୀ ମେଣ୍ଟ ମଧ୍ୟରେ ଲଢେଇ ଚାଲିଥିବାବେଳେ ଧୁପଗୁରୀ ଓ ପୁଥୁପାଲୀ ୨ଟି ସ୍ଥାନରେ ଇଣ୍ଡିଆ ମେଣ୍ଟର ସଦସ୍ୟ ମାନେ ପରସ୍ପର ମୁହାଁମୁହିଁ ହୋଇଛନ୍ତିି । ସେପଟେ ଉତ୍ତରାଖଣ୍ଡର ବାଗେଶ୍ୱର ଆସନରେ କଂଗ୍ରେସ ଓ ବିଜେପି ମଧ୍ୟରେ ଟକ୍କର ହେଉଛି । କେରଳରେ କଂଗ୍ରେସ ଏବଂ ବାମ ଦଳ ମୁହାଁମୁହିଁ ହୋଇଛନ୍ତି । ଉତ୍ତରପ୍ରଦେଶର ଘୋଷି ଆସନରୁ ବିଜେପି ଓ ବିଏସପି ମଧ୍ୟରେ ଲଢେଇ ଜୋରଦାର ହୋଇଛି । ପଶ୍ଚିମବଙ୍ଗର ଧୁପଗୁରୀ ଆସନରେ ବିଜେପି ଟିଏମସି ଓ କଂଗ୍ରେସ ସମର୍ଥିତ ପାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ଲଢେଇ ଚାଲିଛି ।