ଭୁବନେଶ୍ୱର: ରାଜ୍ୟ ବିଜେପି ସଙ୍ଗଠନରେ ସାଙ୍ଗଠନିକ ସ୍ଥିତିର ସମୀକ୍ଷା ହେବ । ଏନେଇ ରାଷ୍ଟ୍ରୀୟ ସଙ୍ଗଠନର ମହାମନ୍ତ୍ରୀ ବିଏଲ୍ ସନ୍ତୋଷ ଓଡି଼ଶା ଆସିବେ । ଏହି ମାସ ମଧ୍ୟରେ ବିଜେପିର ରଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଅନେକ ସଦସ୍ୟ ଆସିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୧ ଓ ୨୨ ତାରିଖରେ କଟକ–ଭୁବନେଶ୍ୱରରେ ଦଳର ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ଏନେଇ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।