୨୨ପେଟି କଫ୍‌ ସିରପ୍ ଜବତ , ୫ଅଟକ

0

( ଭୁବନେଶ୍ୱର / ରିପୋର୍ଟସଟୁଡେ): ଆଜି ଭୋର ସମୟରେ ପୁଲିସ ବଲାଙ୍ଗିର ରେଲୱେ ଷ୍ଟେସନରେ ଚଢ଼ଉ କରି ୨୨ ପେଟି ଏକ୍ସକଫ କମ୍ପାନୀର କଫ୍‌ ସିରପ୍ ଜବତ କରିଛି। ଏଥି ସହିତ ଏକ ମେକ୍ସ ପିକ୍‌ଅପ୍‌ ଭ୍ୟାନ୍ ଓ ସ୍କର୍ପିଓ ଗାଡ଼ିକୁ ଜବତ କରିଛି। ଏହି ଘଟଣାରେ ପୁଲିସ ୫ ଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ପିକଅପ ଭ୍ୟାନଟି ଭୁବନେଶ୍ୱର ଓ ସ୍କର୍ପିଓ ବଲାଙ୍ଗିରର ହୋଇଥିବା ଜଣାପଡ଼ିଛି। ଏତେ ପରିମାଣର କଫ୍‌ ସିରପ୍ କେଉଁଠୁ କେଉଁଠିକୁ ଯାଉଥିଲା, ତାହା ଜଣାପଡ଼ିନଥିବା ବେଳେ ଏହାର ମାଷ୍ଟରମାଇଣ୍ଡ କିଏ ଜଣାପଡ଼ି ନାହିଁ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। କଫ ଓ କାଶ ରୋଗ ପାଇଁ ଏହି କଫ୍‌ ସିରପ୍ ଔଷଧ ଭାବେ ବ୍ୟବହାର ହେବା କଥା। କିନ୍ତୁ ଏହାକୁ ନିଶାଡ଼ିମାନେ ନିଶା ହେବା ପାଇଁ ବ୍ୟବହାର କରୁଥିବା ଜଣାପଡିଛି।