୨୩ ବର୍ଷରେ ପଦାର୍ପଣ କଲା ବିଜେଡି

0

(ହରପ୍ରସାଦ ବିଶୋଇ)ରିପୋର୍ଟସଟୁଡେ: ବିଜେଡି, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ୧୯୯୭ରେ ଗଠିତ ହୋଇଥିଲା ପୂର୍ବ ଭାରତର ଏକ ପ୍ରମୁଖ ରାଜନୀତିକ ଦଳ । ୧୯୯୭ର ବିଜୁ ବାବୁଙ୍କ ଦେହାନ୍ତ ପରେ ଦୀର୍ଘ ୯ ମାସର କସରତ ପରେ ଡିସେମ୍ବର ୨୬ ତାରିଖରେ ଜନ୍ମ ନେଇଥିଲା ବିଜେଡି । ଓଡ଼ିଶାବାସୀଙ୍କ ସ୍ୱାର୍ଥ ହାସଲ ପାଇଁ ଗଠିତ ହୋଇଥିବା ଦଳ ଆଜି ୨୨ ବର୍ଷ ପୂରଣ କରି ୨୩ ବର୍ଷରେ ପାଦ ଥାପିଛି । ଦଳର ପ୍ରତିଷ୍ଠା ଦିବସ ସାରା ରାଜ୍ୟରେ ଧୂମଧାମ ସହ ପାଳନ କରିବ ଦଳ । ବିଭିନ୍ନ ନିର୍ବାଚନ ମଣ୍ଡଳୀଠାରୁ ଆରମ୍ଭ କରି ଜିଲ୍ଲାସ୍ତର ଓ ରାଜ୍ୟସ୍ତରରେ ପ୍ରତିଷ୍ଠା ଦିବସକୁ ପାଳନ କରାଯିବ । ସେହିପରି ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ସାମିଲ ହେବେ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ଅବସରରେ ଦଳର କର୍ମୀ ଓ ନେତାଙ୍କ ଉଦେଶ୍ୟରେ କିଛି ବଡ ଘୋଷଣା କରିପାରନ୍ତି ନବୀନ ।