୨୪ତମ କ୍ରିକେଟ କପ୍ ଉଦଘାଟିତ

0

(ଓମ ପ୍ରକାଶ ମିଶ୍ର)ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଲୁତୁରପଙ୍କ ଠାରେ ୨୪ତମ କ୍ରିକେଟ କପ୍ ଉଦଘାଟିତ ହୋଇଛି । ସ୍ଥାନୀୟ ଜୟ ଜଗନ୍ନାଥ କ୍ଳବ ଆନୁକୂଲ୍ୟରେ ହାଇସ୍କୁଲ ପଡିଆରେ କ୍ରିକେଟ ଖେଳ ଆରମ୍ଭ ହୋଇଥିଲା ।ଜଗନ୍ନାଥକ୍ଲବ୍ ର ସଭାପତି ସୁଧୀର ପ୍ରଧାନଙ୍କ ଆନୁକୂଲ୍ୟରେ ସମିତି ସଭ୍ୟ ଲବ କୁମାର ସାହୁ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାଜଗୋପାଳ ପାଣିଗ୍ରାହୀ,ସମାଜସେବୀ ସରୋଜ ସାହୁ, ଯୁଧିଷ୍ଠିର ପାତ୍ର,କଳ୍ପତରୁ ମହାପାତ୍ର,କ୍ଳବ ସମ୍ପାଦକ ଶଶାଙ୍କ ଶେଖର ପ୍ରଧାନ ପ୍ରମୁଖ ଅତିଥି ଉପସ୍ଥିତ ଥିଲେ ।