୨୫ ବର୍ଷ ପରେ ଜନ୍ମମାଟିକୁ ଫେରିଲେ ବିରଜୁ

0

ସୁୁନ୍ଦରଗଡ/ସଂଜୁ  -ଦୀର୍ଘ ୨୫ ବର୍ଷ ପରେ ଜନ୍ମମାଟିକୁ ଫେରିଛନ୍ତି ବିରଜୁ କୁଲୁ । ପାକିସ୍ତାନ ଲାହୋର ଜେଲରେ ୨୫ ବର୍ଷ କାଟିବା ପରେ ଆଜି ସୁନ୍ଦରଗଡ ଜିଲ୍ଲା କଟଙ୍ଗ ଗାଁରେ ପହଞ୍ଚିଛନ୍ତି । କୁତ୍ରାରେ ବିରଜୁଙ୍କୁ ବ୍ଲକ୍ ଅଫିସ ତରଫରୁ ସ୍ୱାଗତ କରାଯାଇଥିଲା । ତାଙ୍କ ଫେରିବା ଦେଖି ଗାଁରେ ଖୁସିର ଲହରୀ ଦେଖିବାକୁ ମିଳିଥିଲା । ୨୫ ବର୍ଷ ତଳେ ବାଟ ଭୁଲି ପାକିସ୍ତାନ ସୀମା ଭିତରକୁ ପଶି ଯାଇଥିଲେ ବିରଜୁ । ପାକିସ୍ତାନ ପୁଲିସ ତାଙ୍କୁ ଧରି ନେବା ପରେ ଆରମ୍ଭ ହୋଇଥିଲା ତାଙ୍କର ଜୀବନ ସଂଘର୍ଷ । ତାଙ୍କୁ ଜେଲରେ ରୁଟି ଓ ଡାଲି ଖାଇବାକୁ ଦିଆଯାଉଥିଲା ବୋଲି ସେ କହିଛନ୍ତି ।ବିରଜୁଙ୍କ ମାନସିକ ସ୍ଥିତି ଭଲ ନାହିଁ । ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯିବ ବୋଲି ବିଡିଓ କହିଛନ୍ତି । ଏଥି ସହ ତାଙ୍କ ରହଣୀ ପାଁ ବ୍ୟବସ୍ଥା କରାଯିବ ସହ ତାଙ୍କୁ ଆଧାର କାର୍ଡ ଯୋଗାଇ ଦିଆଯିବ ବୋଲି ବିଡିଓ କହିଛନ୍ତି । ଗତକାଲି ସନ୍ଧ୍ୟାରେ ସେ ଝାଡଖଣ୍ଡର ଗୁମଲାରେ ପହଁଚିଥିଲେ । ଲାହୋର ଜେଲରୁ ମୁକ୍ତି ପାଇବା ପରେ ପ୍ରଥମେ ଅମୃତସରକୁ ଅଣା ଯାଇଥିଲା । ସୁନ୍ଦରଗଡ଼ ପ୍ରଶାସନର ସହାୟତାରେ ତାଙ୍କୁ ଜନ୍ମମାଟିକୁ ଫେରାଇ ଅଣାଯାଇଛି ।