(ଜୟନ୍ତ କୁମାର ସେଠୀ / ପୁରୀ): ପୁରୀ ଜିଲ୍ଲା କୋଣାର୍କ ଥାନା ପୋଲିସ ୨ ଜଣ ବ୍ରାଉନ ସୁଗାର ବେପାରିଙ୍କୁ ଗିରଫ କରିଛି। ୧୮ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି। ଏଥି ସହିତ ୫୦ ହଜାର ଟଙ୍କା ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ପ୍ରଭାତ ସେଠି ଓ ଦିଲୀପ କାଣ୍ଡି। ପୋଲିସର ସୂଚନା ଅନୁଯାୟୀ ଗତକାଲି ଦିନରେ କୋଣାର୍କ ପୋଲିସ ପେଟ୍ରୋଲିଂ କଲା ବେଳେ ଉକ୍ତ ଯୁବକଙ୍କୁ ସନ୍ଦେହରେ ପଚରାଉଚରା ପରେ ବ୍ରାଉନ ସୁଗାର ସମେତ ଏକ ବାଇକ ମଧ୍ୟ ପୋଲିସ ଜବତ କରିଛି। ଦୁଇ ଅଭିଯୁକ୍ତ ବାଲେଶ୍ଵରର ଜଳେଶ୍ବରରୁ ବ୍ରାଉନ ସୁଗାର ଆଣି ପୁରୀରେ ବିକ୍ରି କରିବକୁ ଯୋଜନା ରଖିଥିଲେ।