(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଶୁକ୍ରବାର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଅଂଚଳରେ ବେଆଇନ ଭାବେ ପରିଚାଳିତ ୨ଟି ହଷ୍ଟେଲ ଉପରେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ପକ୍ଷରୁ ଅତର୍କିତ ଚଢାଉ ହୋଇଛି । ଏଠାରେ ରହୁଥିବା ୭୧ ଜଣ ପିଲାଙ୍କୁ ମଙ୍ଗଳ ବୋର୍ଡ ଅଧିକାରୀ ଉଦ୍ଧାର କରିଛନ୍ତି। ଏମାନଙ୍କ ମଧ୍ୟରୁ ୧୦ ଜଣ ଝିଅ ଅଛନ୍ତି । ବ୍ରାହ୍ମଣୀ ଗାଁରୁ ୫୩ ଜଣ ଓ ଗଦାପୁର ଗାଁରୁ ୧୮ ଜଣ ଅଛନ୍ତି ।
ବ୍ରାହ୍ମଣୀ ଓ ଗଦାପୁର ଗାଁରେ ବେଆଇନ ଭାବେ ପରିଚାଳିତ ୨ଟି ହଷ୍ଟେଲ ସମ୍ପର୍କରେ କୌଣସି ସୂତ୍ରରୁ ବୋର୍ଡକୁ ସୂଚନା ମିଳିଥିଲା । ଏହାପରେ ଆଜି ହଷ୍ଟେଲ ଉପରେ ଚଢାଉ କରାଯାଇଥିଲା । ବ୍ରାହ୍ମଣୀ ଗାଁର ହଷ୍ଟେଲକୁ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ୨୦୧୬ରୁ ନୋଟିସ ଜାରି ହୋଇଥିଲା। ମାତ୍ର ହଷ୍ଟେଲର ମାଲିକ ଏହାକୁ ଏଡାଇ ଚାଲିଥିଲା । ତେଣୁ ଆଜିର ଚଢାଉ ପରେ ବେଆଇନ ହଷ୍ଟେଲ ପରିଚାଳନା ଅଭିଯୋଗରେ ସ୍ୱାମୀ-ସ୍ତ୍ରୀ ଅଟକ ଥିବା ଜଣାପଡ଼ିଛି।