ନୂଆଦିଲ୍ଲୀ: ଭାରତ ବିରୋଧୀ ଗତିବିଧି ପାଇଁ ୩୫ ୟୁଟ୍ୟୁବ ଚ୍ୟାନେଲ ଉପରେ ଲାଗଇଛି ଅଙ୍କୁଶ । କେନ୍ଦ୍ର ସରକାର ୩୫ଟି ୟୁଟ୍ୟୁବ ଚ୍ୟାନେଲ ସହ ୨ଟି ଲେଖା ଟ୍ୱିଟର, ଇନଷ୍ଟାଗ୍ରାମ, ୱେବସାଇଟ ଓ ଗୋଟିଏ ଫେସବୁକ ଆକାଉଣ୍ୟକୁ ବ୍ୟାନ କରିଛି । ଏହି ସବୁ ମାଧ୍ୟମରେ ଭାରତ ବିରୋଧୀ ଖବର ପ୍ରସାରଣ ହେଉଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ପ୍ରସାରଣ ବିଭାଗର ଯୁଗ୍ମ ସଚିବ ବିକ୍ରମ ସହାୟ । ଭାରତ ବିରୋଧୀ ଖବର ପ୍ରସାରଣ ପାଇଁ ଏହି ସମସ୍ତ ଚ୍ୟାନେଲ ଓ ଆକାଉଣ୍ଟ ପାକିସ୍ତାନରୁ ଅପରେଟ ହେଉଥିଲା ।