୩୯୦ଟି କ୍ୟାନସର ଓøଷଧ ଦର କମିଲା

0

(ସରୋଜ କୁମାର ରାଉତ/ନୂଆଦିଲ୍ଲୀ): ଦେଶରେ ବିକ୍ରି ହେଉଥିବା ୩୯୦ ପ୍ରକାରର ନନ୍‌-ସିଡ୍ୟୁଲ୍‌ଡ କ୍ୟାନସର୍‌ ଔଷଧ ଦର ୮୭% ପର୍ୟ୍ୟନ୍ତ ହ୍ରାସ ପାଇଛି। ଏହା ଦ୍ବାରା ବର୍ଷକୁ ରୋଗୀମାନଙ୍କର ୮୦୦ କୋଟି ଟଙ୍କା ପର୍ୟ୍ୟନ୍ତ ସଞ୍ଚୟ ହେବ ବୋଲି ସରକାର କହିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଆଜି ଠାରୁ ଲାଗୁ ହୋଇଛି। ଏହି ନିର୍ଦେଶ ପାଳନ କରିବାକୁ ସବୁ ହସ୍ପିଟାଲ୍ ଓ ଔଷଧ ନିର୍ମାତାମାନଙ୍କୁ ସରକାର ନିର୍ଦେଶ ଦେଇଛନ୍ତି। ରାସାୟନିକ ଓ ସାର ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଫାର୍ମାସ୍ୟୁଟିକାଲ୍ ମୂଲ୍ୟ ନିର୍ଧାରଣ କତୃର୍ପକ୍ଷ (ଏନ୍‌ପିପିଏ) ତରଫରୁ ଗତ ଫେବ୍ରୁଆରି ୨୭ରେ ୪୨ଟି ନନ୍‌-ସିଡ୍ୟୁଲ୍‌ଡ ଆଣ୍ଟି କ୍ୟାନସର୍‌ ଔଷଧର ଏମ୍‌ଆର୍‌ପିକୁ ନିୟନ୍ତ୍ରଣ ମଧ୍ୟକୁ ଆଣିଥିଲେ। ଏହି ଔଷଧଗୁଡ଼ିକର କାରବାର ମାର୍ଜିନକୁ ୩୦% ଭିତରେ ସୀମିତ ରଖିଥିଲେ। ଔଷଧ ଦର କମିଥିବାରୁ ଦେଶର ୨୨ ଲକ୍ଷ କ୍ୟାନସର୍‌ ରୋଗୀ ଉପକୃତ ହେବେ। ୩୮ଟି ଔଷଧର ଦର ୭୫% କିମ୍ବା ତା’ଠାରୁ ଅଧିକ ହ୍ରାସ ପାଇଥିବା ବେଳେ ୧୨୪ଟି ଔଷଧର ମୂଲ୍ୟ ୫୦-୭୫% ଭିତରେ ହ୍ରାସ ପାଇଛି। ଅନ୍ୟ ୧୨୧ଟି ଔଷଧର ମୂଲ୍ୟ ୨୫-୫୦% ଏବଂ ୧୦୭ଟି ଔଷଧର ଦର ୨୫%ରୁ କମ୍ ହ୍ରାସ ପାଇଛି।