(ମମତା ସାମଲ)ରିପୋର୍ଟସଟୁଡେ: ୬ ରୁ ୮ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିବ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆଶଙ୍କା କରିଛି । ୬ ଓ ୭ତାରିଖରେ ମାଲକାନଗିରି,କୋରାପୁଟ,ନବରଙ୍ଗପୁର,କଳାହାଣ୍ଡି,ରାୟଗଡା,ମୟୂରଭଞ୍ଜ,ବାଲେଶ୍ୱର,ଭଦ୍ରକ,କେନ୍ଦୁଝର,ଯାଜପୁର,ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୮ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡିଶାରେ ବର୍ଷା ଲାଗି ରହିବ । ତେବେ ଏହାପରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ । ବର୍ଷା କମିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଗତକାଲି ବାଲେଶ୍ୱର,ଭଦ୍ରକ,କେନ୍ଦ୍ରାପଡା,ପୁରୀ,ଖୋର୍ଦ୍ଧା,କଟକ,ବୌଦ୍ଧ,ସୋନପୁର,ବଲାଙ୍ଗୀର,ନୟାଗଡ,କନ୍ଧମାଳ,ସମ୍ବଲପୁର,ବରଗଡ,ଦେବଗଡ ଓ ଝାରସୁଗୁଡାରେ ବର୍ଷା ସହିତ ବ୍ରଜପାତ ହୋଇଥିବା ଜଣାପଡିଛି ।