( ଆଦର୍ଶ ରାଉତ): ଆଜି ସାଧାରଣତନ୍ତ୍ର ଦିବସରେ ଓଡିଶା ପୋଲିସ ପଦକ ବଣ୍ଟନ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ମହାମି ରାଜ୍ୟପାଳ ଫ୍ରପେସର ଗଣେଶୀ ଲାଲ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ । ଏହି ଅବସରରେ ୧୧ ଜଣ ସାହସିକତା ପୋଲିସ ପଦକ ପାଇଥିବାବେଳେ ବିଶିଷ୍ଟ ସେବା ନିମନ୍ତେ ୪ ଜଣ , ଉଲ୍ଲେଖନୀୟ ସେବା ନିମେନ୍ତ ୧୪, ଉଲ୍ଲେଖନୀୟ ସେବା ନିମନ୍ତେ ରାଜ୍ୟପାଳ ପୋଲିସ ପଦକ ନିମନ୍ତେ ୧୪ଜଣ ପୋଲିସ କର୍ମଚାରୀଙ୍କୁ ପଦକ ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ , ଉନ୍ନୟନ କମିସନର ଅତିଶ ତ୍ରିପାଠୀ , ପୋଲିସ ମହାନିର୍ଦ୍ଦେଶକ ଆର.ପି .ଶର୍ମା ପ୍ରମୁଖ ଯୋଗଦେଇଥିଲେ ।