୪୮ଘଣ୍ଟିଆ ଭାରତ ବନ୍ଦ ର ଶେଷଦିନ , ପ୍ରଭାବିତ ବନ୍ଦର ନଗରୀ

0

( ପ୍ରଶାନ୍ତ ସ୍ୱାଇଁ ): ଆଜି ଦିତୀୟ ଦିନରେ ପହଞ୍ଚିଛି। କେନ୍ଦ୍ରୀୟ ସରକାର ଙ୍କ ଆର୍ଥିକ ନୀତିକୁ ବିରୋ ଧ କରି ଆଜି ମଧ୍ୟ ପାରାଦୀପରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡ଼ିକ ୮ ଓ ୯ ତା ରିଖରେ ଦୁଇ ଦିନିଆ ଧର୍ମଘଟ ଆଜି ଦିତୀୟ ଦିନରେ ମଧ ଜାରି ରହିଛି। ମୋଦି ସରକାରଙ୍କ ଆର୍ଥିକ ନୀତି ସାଧାରଣ ଲୋକ ଓ ଗରିବ ବିରୋଧୀ । ଏହି ସରକାର ଭା ରତର ବଡ଼ କମ୍ପାନି, ବହୁଦେଶୀୟ କମ୍ପାନୀ ସମେତ ପୁଞ୍ଜିପତିଙ୍କ ସ୍ୱା ର୍ଥ ରକ୍ଷା ପା ଇଁ କା ର୍ୟ୍ୟ କରୁଛି । ଏହାକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯା ଇଛି। ଏହି ଧର୍ମଘଟ ଜରିଆରେ କେନ୍ଦ୍ର ସରକାରଙ୍କୁ ସତର୍କବାଣୀ ଦିଆଯିବା ସହିତ। ଧର୍ମଘଟରେ ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ, ସିଟୁ, ଏଆଇୟୁଟିୟୁସି ଭଳି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ, କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ କର୍ମଚାରୀ ସଂଘ, ବ୍ୟାଙ୍କ ଓ ବୀମା କର୍ମଚାରୀଙ୍କ ସଂଘ ସମେତ ଜାତୀୟ ସ୍ତରର ବିଭିନ୍ନ ସ୍ୱାଧୀନ ଶ୍ରମିକ ଓ କର୍ମଚାରୀ ସଂଗଠନ ଏଥିରେ ସାମିଲ ହୋଇଛନ୍ତି। ଯାହାକୁ ସମର୍ଥନ କରି ସମସ୍ତ ଶ୍ରମିକ ସଂଗଠନ ସମର୍ଥକ ସବୁ ପ୍ରକାର ମାଲ ପରିବହନ ସେବାକୁ ବନ୍ଦ କରି ଦେଇଛନ୍ତି। ଏହାର ସିଧାସଳଖ ପ୍ରଭାବ ପାରାଦୀପ ବନ୍ଦର ଓ ବିଭିନ୍ନ ଶିଳ୍ପାନୁଷ୍ଠାନ ଗୁଡିକ ଉପରେ ପଡିଥିବା ଦେଖିବାକୁ ମିଳିଛି।