୪ ଛୁଆଙ୍କ ସହ ପାଣି ଟାଙ୍କିକୁ ଡେଇଁ ମାଆ ର ଆତ୍ମହତ୍ୟା ଉଦ୍ୟମ

0

ରାଜସ୍ଥାନ : ରାଜସ୍ଥାନ ବାଡମେର ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ମା’ ନିଜ ୪ ଛୁଆଙ୍କୁ ପାଣି ଟାଙ୍କିରେ ପକାଇବା ଘଟଣା ସାସ୍ନାକୁ ଆସିଛି । ପରେ ନିଜେ ବି ପାଣି ଟାଙ୍କିକୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରିଥିଲେ । ଏହି ଘଟଣାରେ ୪ ପିଲା ପାଣିରେ ବୁଡି ସେମାନଙ୍କ ଜୀବନ ଯାଇଥିବା ବେଳେ ମହିଳାଙ୍କୁ ଉଦ୍ଧାର କରାଯାଇଛି । ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଜି ତଦନ୍ତ ଆରମ୍ଭ କରିଛି ।
ପୋଲିସ ର ପ୍ରାଥମିକ ତଦନ୍ତ ଅନୁଯାୟୀ ମହିଳାଜଣକ ପାରିବାରିକ କଳହ କାରଣରୁ ଅତିଷ୍ଠ ହୋଇ ପଡ଼ିଥିଲା। ତାଙ୍କ ସ୍ୱାମୀ ଶ୍ରମିକ ଭାବେ କାମ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ସବୁବେଳେ କଳହ ହେଉଥିଲା। ମହିଳାଙ୍କ ୪ ଛୁଆ ଥିବା ବେଳେ ସେମାନଙ୍କ ବୟସ ୫ରୁ ୧୧ ବର୍ଷ। ପାରିବାରିକ କଳହରୁ ମୁକ୍ତି ପାଇବା ପାଇଁ ମହିଳାଜଣକ ନିଜ ୪ ଛୁଆଙ୍କୁ ମାରିବା ସହ ନିଜ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ସେ ନିଜ ପିଲାମାନଙ୍କୁ ଛାତକୁ ନେଇ ଯାଇଥିଲେ। ସେଠାରେ ଜଣକ ପରେ ଜଣେ ଛୁଆଙ୍କୁ ପାଣି ଟାଙ୍କିରେ ଫୋପାଡ଼ି ଦେଇଥିଲେ। ପିଲାମାନଙ୍କ ଆତ୍ତ ଚିତ୍କାର ବି ତାଙ୍କୁ ତରଳାଇ ପାରି ନ ଥିଲା। ଏହାପରେ ନିଜେ ବି ଉକ୍ତ ଟାଙ୍କିକୁ ଡେଇଁ ପଡ଼ିଥିଲେ। କିଛି ସମୟ ପରେ ପରିବାର ଲୋକେ ଓ ସାହି ପଡ଼ିଶା ଏହା ଜାଣି ପାରି ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ୪ ଛୁଆଙ୍କୁ ମୃତ ଘୋଷଣା କରିଥିଲେ। ମହିଳାଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।