୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ,ପୋଲିସର ଛାନଭିନ ଜାରି

0

(କଳ୍ପତରୁ ଜେନା / ଭୁବନ): ଢେଙ୍କାନାଳ ଜିଲ୍ଲାରେ ପୁଣି ଲଜ୍ଜା । ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଏଭଳି ଜଘନ୍ୟ କାଣ୍ଡ ଦେଖିବାକୁ ମିଳିଛି କଙ୍କଡ଼ାହାଡ଼ ଥାନା ମରୁଆବିଲି ପଞ୍ଚାୟତ ଅନ୍ତର୍ଗତ ଖରଖରି ଗାଁରେ । ଗାଁର ହାଟ ପାଖ ମାରାମ୍ବୁରୁ ନାଳରେ କେହି ଦୁର୍ବୁତ୍ତ ଗାଁର ବିକ୍ରମ ସୋରେନଙ୍କ ୪ ବର୍ଷର ଝିଅ ଉଷଶୀକୁ ଦୁଷ୍କର୍ମ ପରେ ନିର୍ମମ ଭାବରେ ହତ୍ୟା କରି ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଛି। । ସୂଚନା ଅନୁଯାୟୀ ଗତ କାଲିରେ ବିକ୍ରମଙ୍କ ଝିଅ ଉଷଶୀ ଖେଳିବାକୁ ଆସି ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ତାଙ୍କୁ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ଝିଅର କୌଣସି ସନ୍ଧାନ ମିଳିନଥିଲା । ଆଜି ସକାଳେ ସ୍ଥାନୀୟ ଲୋକମାନେ ତାଙ୍କୁ ମାରାମ୍ବୁରୁ ନାଳରେ ପଡି ଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଏସଡିପିଓ ସୁପ୍ରସନ୍ନ ମଲ୍ଲିକ ,କଙ୍କଡ଼ାହାଡ଼ ଥାନା ଅଧିକାରୀ ଆଶିଷ ଜେନା ଓ ସାଇଣ୍ଟଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଏ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଛି ବୋଲି ସୂଚନା ଦେଇଛନ୍ତି ଢେଙ୍କାନାଳ ଭାରାପ୍ରାପ୍ତ ।