୫୦୦ଟି ଚୋରି କରିଥିବା କୁଖ୍ୟାତ ଚୋରକୁ ଧରିଲା ପୋଲିସ

0

ଭୁବନେଶ୍ୱର: କମିଶନରେଟ ପୁଲିସ ହାତରେ ଆଜି ଏକ କୁଖ୍ୟାତ ଚୋର ଧରାପଡିଛି । ଏହି ଚୋରର ନାମ ହେମନ୍ତ ଦାସ ହୋଇଥିବାବେଳେ ୧୯୮୬ ମସିହାରରୁ ୩୩ ବର୍ଷ ହେଲା ରାଜ୍ୟ ଓ ରାଜ୍ୟ ବାହାରେ ଚୋରି କରୁଥିଲା । ପୁଲିସର ସୂଚନା ମୁତାବକ ହେମନ୍ତ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରାୟ ୫୦୦ଟି ଚୋରି କରିଛି । ସେହିପରି କମିଶନରେଟ ପୁଲିସ ଅଧୀନରେ ତାଙ୍କ ନାଁରେ ୧୦୨ ଟି ଅଭିଯୋଗ ରହିଛି । ଗ୍ୟାଙ୍ଗଟକ , ଚେନ୍ନାଇ , ବମ୍ବେ ଦିଲ୍ଲୀରେ ଷ୍ଟାର ହୋଟେଲରେ ରହିବା ସହ କଲ ଗାର୍ଲଙ୍କ ପଛରେ ଟଙ୍କା ଉଡାଉ ଥିଲା ହେମନ୍ତ । ହେମନ୍ତ ଚୋରି କରି ୪ ରୁ ୫ କୋଟି ଟଙ୍କା ରୋଜଗାର କରିଥିବା ପୁଲିସ କହିଛି । ଚୋରି ଟଙ୍କାରେ ବିଭିନ୍ନ ଦେଶ ବୁଲି ବିଳାସମୟ ଜୀବନ ବିତାଉଥିଲା । ୮୦ ଦଶକ ରେ ବିଜେବି କଲେଜର ପାଠ ପଢା ବେଳେ କଲେଜ ଗଣ୍ଡଗୋଳ କରି ଜେଲ ଯାଇଥିଲା । ଜେଲରେ ଏକ ଚୋର ସହ ଏକ ସମ୍ପର୍କ ସ୍ଥାପନ କରି ଜେଲ ରୁ ବାହାରିଲା ପରେ ଚୋରି ଆରମ୍ଭ କରିଥିଲା । ପୂର୍ବରୁ ଅନ୍ୟ ରାଜ୍ୟ ରେ ମଧ୍ୟ ଚୋରି କରି ଜେଲ ଯାଇଛି ହେମନ୍ତ । ୨୦୧୮ ରେ ତାଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ପରେ ୨୦୨୦ ରେ ପୁରୀ ପୋଲିସ ଗିରଫ କରିଥିଲା ।