୫୦୬ ଦିବ୍ୟାଙ୍ଗଙ୍କୁ ଭତ୍ତା ବାଣ୍ଟିଲେ ଗଣଶିକ୍ଷା ମନ୍ତ୍ରୀ

0

(ଜୟନ୍ତ କୁମାର ସେଠୀ)ଗୋପ: ପୁରୀ ଜିଲ୍ଲା ନିମାପଡ଼ା ଟାଉନ ହଲରେ ଦିବ୍ୟାଙ୍ଗ ମାନଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ଭତ୍ତା ବାଣ୍ଟିଲେ ନିମାପଡ଼ା ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ୫୦୬ ଜଣ ଭିନ୍ନକ୍ଷମ ପିଲାଙ୍କୁ ଭତ୍ତା ପ୍ରଦାନ କରିଥିଲେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ। ଏଠାରେ ୬୦%ରୁ ଉର୍ଦ୍ଧ ଥିବା ୨୨୧ ଜଣ ଦିବ୍ୟାଙ୍ଗଙ୍କଙ୍କୁ ୭୦୦ ଟଙ୍କା ଲେଖେ ଓ ୪୦% ରୁ ଉର୍ଦ୍ଧ ଥିବା ୨୮୫ ଜଣ ଦିବ୍ୟାଙ୍ଗଙ୍କୁ ୫୦୦ ଟଙ୍କା ଲେଖେ ପ୍ରଦାନ କରାଯାଇଥିଲା। ଏହି ମେଳାରେ ବ୍ଲକ ଅଧ୍ୟକ୍ଷା ମନସ୍ଵିନୀ ଖଟେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ , ଉପାଧ୍ୟକ୍ଷ ଅଜୟ ସ୍ଵାଇଁ ଆଦି ପ୍ରମୁଖ ଉପସ୍ଥିତ ଥିଲେ।