(ମମତା ସାମଲ)ରିପୋର୍ଟସଟୁଡେ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ । ୫୩ ବର୍ଷ ପୂରି ଭାଇଜାନଙ୍କୁ ୫୪ ବର୍ଷ ଚାଲିଲା । ୧୯୬୫ ମସିହାରେ ମଧ୍ୟପ୍ରଦେଶରେ ଜନ୍ମ ନେଇଥିଲେ ଏହି ସୁପରଷ୍ଟାର। ଦୀର୍ଘଦିନରୁ ବଲିଉଡରେ ରାଜ କରୁଥିବା ସଲମାନଙ୍କୁ ଆଜି ଶୁଭେଚ୍ଛାର ସୁଅ ଛୁଟିଛି । ଏହି ଖାସ୍ ଦିନକୁ ସଲମାନ ନିଜ ପରିବାର ସଦସ୍ୟଙ୍କ ସହ ସେଲିବ୍ରେଟ କରିବା ସହ ଦବଙ୍ଗ ୩ ଟୀମ ସହ ମଧ୍ୟ କେକ୍ କାଟି ସେଲିବ୍ରେଟ କରିଛନ୍ତି। ଗତ ଗତ କାଲି ବିଳମ୍ବିତ ରାତିରେ ଜନ୍ମଦିନ ସେଲିବ୍ରେଟ କରିବାର କିଛି ଫଟୋ ମଧ୍ୟ ଲୋକମାନେ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ଏହି ଫଟୋରେ ସଲମାନ ଦବଙ୍ଗ ୩ ଟୀମ୍ ସହ କେକ୍ କାଟୁଥିବାର ସଫା ସଫା ନଜର ଆସୁଛନ୍ତି। ଏହାପରେ ସେ ସୋନାକ୍ଷୀଙ୍କୁ କେକ୍ ଖୁଆଉଥିବାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ନଜର ଆସିଛି। ବଲିଉଡରେ ଅନେକ କଳାକାର ଆସି ଏବଂ ଅନେକ କଳାକାର ମଧ୍ୟ ବିଦାୟ ନେଇଛନ୍ତି କିନ୍ତୁ ଆଜି ମଧ୍ୟ ବଲିଉଡରେ ସଲମାନ ଖାନ୍ଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। କେବଳ ଏତିକି ନୁହେଁ ସଲମାନ ବଲିଉଡରେ ନ୍ୟୁକମର୍ସଙ୍କ ପାଇଁ କୌଣସି ଗଡଫାଦରଙ୍କ ଠାରୁ କମ ନୁହଁନ୍ତି।