୬୮ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତାରେ ସି.ଆର.ପି.ଏଫ ଦିଲ୍ଲୀର ବାଜିମାତ

0

(ଆଦର୍ଶ ରାଉତ)ଭୁବନେଶ୍ୱର: ଗତ ୧୪ ତାରିଖ ଦିନ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ଠାରେ ଆରମ୍ଭ ହୋଇଥିବା ୬୮ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତାର ନବମ ତଥା ଅନ୍ତିମ ଦିବସରେ ଆଜି ପ୍ରଥମ,ଦ୍ୱିତୀୟ,ତୃତୀୟ ଓ ଚତୁର୍ଥ ସ୍ଥାନ ନିରୂପଣ ପାଇଁ ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯାଇଥିଲା । ପ୍ରଥମ ମ୍ୟାଚ ଓଡ଼ିଶା ପୋଲିସ ଓ ହରିୟାନା ପୋଲିସ ମଧ୍ୟରେ ଖେଳାଯାଇଥିଲା । ଓଡ଼ିଶା ପୋଲିସ ୩-୦ ଗୋଲ ବ୍ୟବଧାନରେ ହରିୟାନା ପୋଲିସ ଦଳକୁ ହରାଇ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ହାସଲ କରିଛି ।
ଅନ୍ତିମ ତଥା ଫାଇନାଲ ମ୍ୟାଚ ସି.ଆର.ପି.ଏଫ ଦିଲ୍ଲୀ ଓ ବି.ଏସ.ଏଫ ଜଳନ୍ଧର ମଧ୍ୟରେ ହୋଇଥିଲା । ଶେଷରେ ମ୍ୟାଚ ସି.ଆର.ପି.ଏଫ ଦିଲ୍ଲୀ ସପକ୍ଷରେ ଯାଇଥିଲା । ଏହି ମ୍ୟାଚରେ ସି.ଆର.ପି.ଏଫ ଦିଲ୍ଲୀ ବି.ଏସ.ଏଫ ଜଳନ୍ଧରକୁ ୪-୨ ଗୋଲ ବ୍ୟବଧାନରେ ପରାସ୍ତ କରି ଚଳିତ ବର୍ଷ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତାରେ ବିଜୟ ହୋଇଛନ୍ତି । ଏହି ଉଦଯାପନୀ ଉତ୍ସବରେ ଗୃହରାଷ୍ଟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର,ପୋଲିସ ମହାନିର୍ଦ୍ଦେଶକ ଏମ.ଅଭୟ, ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।