୬ ଆନ୍ତଃରାଜ୍ୟ ଡ଼କାୟତ ଗିରଫ

0

(ପ୍ରିୟଦର୍ଶନୀ ସ୍ୱାଇଁ)ଯାଜପୁର : ଯାଜପୁର ଜିଲ୍ଲା ପୋଲିସକୁ ବଡ଼ ସଫଳତା । ୬ ଅନ୍ତଃରାଜ୍ୟ ଡ଼କାୟତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ନିକଟରୁ ପୋଲିସ ବିଭିନ୍ନ ମାରଣାସ୍ତ୍ର ,ସୁନାଗହଣା,୫ଟି ଲାପଟପ,୪୮ଟି ମୋବାଇଲ ସହ ୪ଟି ବାଇକ ଜବତ କରିଛି ।ଏହି ଗ୍ୟାଙ୍ଗରେ ଆଉ କେଉଁମାନେ ସଂପୃକ୍ତି ରହିଛନ୍ତି । ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।
ସୁଚନାଯାୟୀ,ଯାଯପୁର ଜିଲ୍ଲାର ଏକ ନିରଳା ସ୍ଥାନରେ ଡ଼କାୟତମାନେ ଲୁଟ କରିବାକୁ ଉଦ୍ୟମ କରୁଥିଲେ । ପୋଲିସ କୌଣସି ସୁତ୍ରରୁ ଖବର ପାଇ ହାଠତ ଚଢ଼ାଉ କରି ଡ଼କାୟତଙ୍କୁ ଧରିବାରେ ସଫଳ ହୋଇଥିଲା ।ଫଳରେ ୬ଜଣ ଅନ୍ତଃରାଜ୍ୟ ଡ଼କାୟତଙ୍କୁ ପୋଲିସ ଗିରଫ କରିଛି । ଏହି ଗ୍ୟାଙ୍ଗର ଆଉ କିଛି ଡ଼କାୟତ ସଂପୃକ୍ତ ରହିଥିବା ସନ୍ଦେହ କରି ପୋଲିସ ଛାନଭିନ ଜାରି ରଖିଛି ।