( ମନୋଲିସା ମିଶ୍ର): ଢେଙ୍କାନାଳ ଜିଲ୍ଲା ସଦର ମହକୁମା ଷ୍ଟାଡିୟମ ରେ ୭୦ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।ମୁଖ୍ୟ ଅତିଥି ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ମହେଶ୍ୱର ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କରିଥିଲେ।ଏଥିରେ ଜିଲ୍ଲାର ବିଭିର୍ଣ ସ୍କୁଲ ,କଲେଜ ଏବଂ ପ୍ରଶାସନିକ ସ୍ତରରୁ ମୋଟ ୪୧ ଟି ଦଳ ଉକ୍ତ ପ୍ୟାରେଡ୍ ରେ ଅଂଶ ଗ୍ରହଣ କରିବା ସହ ୮ ଟି ବେସମାରିକ ଦଳ ଯୋଗ ଦେଇଥିଲେ।ଏହି ଅବସରରେ ବିଭିର୍ଣ ଦଳ ମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସଙ୍ଗୀତ ସହ ସାଂସ୍କୃତିକ କାର୍ୟ୍ୟକ୍ରମ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଶେଷରେ ପ୍ୟାରେଡ୍ ରେ କୃତିତ୍ୱ ହାସଲ କରିଥିବା ଦଳ କୁ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀଯୁକ୍ତ ମହାନ୍ତି ପୁରସ୍କୃତ କରିଥିଲେ ଏବଂ ବିଭିର୍ଣ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଦଳ ଓ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ପୁରସ୍କୃତ କରିଥିଲେ।