୭୦ତମ ସାଧାରଣତନ୍ତ୍ର ଦିବସ , ପତାକା ଉତ୍ତୋଳନ କଲେ ରାଜ୍ୟପାଳ

0

( ଭୁବନେଶ୍ୱର / ରିପୋର୍ଟସଟୁଡେ): ରାଜଧାନୀ ୭୦ତମ ସାଧାରଣତନ୍ତ୍ର ଦିବସ ଧୁମଧାମରେ ପାଳିତ ହୋଇଛି । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜାତୀୟ ପତାକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କୁ ଅଭିବାଦନ ପ୍ରଦାନ କରିଛନ୍ତି । ପୋଲିସ, ଅର୍ଦ୍ଧସାମରିକ ସହ ଅଗ୍ନିଶମ ବିଭାଗ ଓ ହୋମଗାର୍ଡ ମଧ୍ୟ ପରେଡରେ ସାମିଲ ହୋଇଛନ୍ତି । ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ଏନସିସି ଓ ସ୍କାଉଟ୍ ପିଲାମାନେ ମଧ୍ୟ ପରେଡରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ସେବାର ପ୍ରତୀକ ସ୍ୱରୂପ ଆମ୍ବୁଲାନ୍ସ ଓ କୃଷି ବିଭାଗ ପକ୍ଷରୁ ପ୍ରଜ୍ଞାପନ ମେଢ ପରେଡରେ ପ୍ରଦର୍ଶନ କରାଯାଇଛି । ପରେଡରେ ବିଭିନ୍ନ ପ୍ରକାର ବାଇକ୍ ଷ୍ଟଂଟ୍ ମଧ୍ୟ ପ୍ରଦର୍ଶିତ ହୋଇଛି ।ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପରେଡରେ ୫୬ଟି ଟ୍ରୁଫ୍‌ ଭାଗ ନେଇଛନ୍ତି । ଏଥିରେ ଭାଗ ନେଇଛନ୍ତି ୯ଟି ପ୍ରଜ୍ଞାପନ ମେଢ଼ ଓ ୬ଟି ସାଂସ୍କୃତିକ ମେଢ଼ । ଚିତ୍ତାକର୍ଷକ ସ୍କେଟିଂ ସାଙ୍ଗକୁ ମହର୍ଷି କଲେଜ ଛାତ୍ରଛାତ୍ରୀଙ୍କ ଡେୟାର ଡେଭିଲ୍‌ ସୋ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଆକର୍ଷଣ ହୋଇଛି ।ଏହି ଅବସରରେ ମୁଖ୍ୟ ଶାସନ ସଚିବ , କମିସନରେଟ ପୋଲସି ଡିଜିପି ଆର . ପି ଶର୍ମା , ପୋଲିସ କମିସନରେଟ ପୋଲିସ ସତ୍ୟଜିତ ମହାନ୍ତି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।