(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କର ଗତ ୭ ବର୍ଷରେ ସମ୍ପତ୍ତି ପରିମାଣ ୩ ଗୁଣା ବଢ଼ିଛି। ୨୦୧୨ରେ ତାଙ୍କ ପାଖରେ ୧୧ କୋଟି ୭୯ ଲକ୍ଷ ସମ୍ପତ୍ତି ଥିବାବେଳେ ଏବେ ତାହା ବଢ଼ି ୩୮ କୋଟି ୮୧ ଲକ୍ଷ ହୋଇଛି। ୨୩ କୋଟି ୪୫ ଲକ୍ଷ ସମ୍ପତ୍ତି ତାଙ୍କୁ ଉତ୍ତରାଧିକାରୀ ସୂତ୍ରରେ ମିଳିଥିବା ସେ ସତ୍ୟପାଠ କରିଛନ୍ତି। ୨୦୧୬-୧୭ରେ ରାଜ୍ୟ ସଭା ଏମ୍ପି ପାଇଁ ସେ ଦାଖଲ କରିଥିବା ସତସ୍ୟପାଠରେ ଦର୍ଶାଯାଇଥିଲା ଯେ ତାଙ୍କର ବାର୍ଷିକ ଆୟ ୪୩ ଲକ୍ଷ ୬୮ ହଜାର ୪ ଶହ ୫୦ ଟଙ୍କା ଥିଲା। ସେହି ସମୟରେ ତାଙ୍କ ସ୍ତ୍ରୀଙ୍କର ବାର୍ଷିକ ଆୟ ୧ କୋଟି ୫ ଲକ୍ଷ ୮୪ ହଜାର ୪ ଶହ ୫୦ ଟଙ୍କା ଥିଲା। ୨୦୧୭-୧୮ରେ ଶାହଙ୍କ ବାର୍ଷିକ ଆୟ ବୃଦ୍ଧି ପାଇ ୫୩ ଲକ୍ଷ ୯୦ ହଜାର ୯ଶହ ୭୦ ଟଙ୍କା ଥିଲା। ତାଙ୍କ ସ୍ତ୍ରୀଙ୍କର ଆୟ ଏହି ସମୟରେ ୨ କୋଟି ୩୦ ଲକ୍ଷ ୮୨ ହଜାର ୩ଶହ ୬୦ ଟଙ୍କା ଥିଲା। ସେ ଶେୟାର ବଜାରରେ ୧୭ କୋଟି ୫୯ ଲକ୍ଷ ନିବେଶ କରିଥିବାବେଳେ ସ୍ତ୍ରୀ ସୋନଲ ଶାହ ୪କୋଟି ୩୬ ଲକ୍ଷ ଟଙ୍କା ନିବେଶ କରିଛନ୍ତି। ତାଙ୍କ ପାଖରେ ୩୫ ଲକ୍ଷ ଟଙ୍କାର ଅଳଙ୍କାର, ୭ କ୍ୟାରେଟ ହୀରା, ୨୫ କିଲୋଗ୍ରାମ୍ ରୁପା ରହିଛି। ଶାହଙ୍କୁ ୩୦ ଲକ୍ଷ ଟଙ୍କାର ଅଳଙ୍କାର ଉତ୍ତରାଧିକାରୀ ସୂତ୍ରରେ ମିଳିଥିବାବେଳେ ତାଙ୍କ ସ୍ତ୍ରୀଙ୍କ ପାଖରେ ୬୩ ଲକ୍ଷ ଟଙ୍କାର ଅଳଙ୍କାର ଏବଂ ୬୩ କ୍ୟାରେଟ ହୀରା ରହିଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗାନ୍ଧିନଗର ଆସନରୁ ନାମାଙ୍କନ ଦାଖଲ କରିଛନ୍ତି। ଏଥିରେ ସେ କରିଥିବା ସତ୍ୟପାଠରୁ ଜଣାପଡ଼ିଛି ।