୮ ଘଣ୍ଟା ଧରି କୂଅରେ ସମ୍ବର,ଉଦ୍ଧାର ଜାରୀ

0

(ଜ୍ୟୋତିରଞ୍ଜନ ଧର) କଣିହାଁ: ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଂଜ ଫାଟକ ନିକଟରେ ଥିବା ଏକ ଖୋଲା କୂଅରେ ସମ୍ବର ପଡିଯାଇଛି । ଏହି ସମ୍ବର ଟି ପ୍ରାୟ ୭ ରୁ ୮ ଘଣ୍ଟା ହେବ କୂଅରେ ପଡିରହିଛି ବୋଲି ସୂଚନା ମିଳିଛି । ବନବିଭାଗ କୂଅରେ ସମ୍ବର ପଡିବାର ଖବର ପାଇବା ପରେ ଦମକଳ ବାହିନୀକୁ ଯୋଗାଯୋଗ କରାଯାଇଥିଲା । ଯୋଗାଯୋଗ ପରେ ଘଟଣା ସ୍ଥଳକୁ ଦମକଳ ବାହିନୀ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।