(ମମତା ସାମଲ)ରିପୋର୍ଟସଟୁଡେ: ଭୁବନେଶ୍ୱରରେ ଥିବା ୯୪ଟି କଲ୍ୟାଣ ମଣ୍ଡପକୁ ନୋଟିସ ହୋଇଛି । ପରିଚାଳନାରେ ଅନିୟମିତତା ଦର୍ଶାଇ ନୋଟିସ କରିଛି ବିଏମସି । ତ୍ରୁଟି ସୁଧାରିବାକୁ ଜାନୁଆରି ୩୧ ୨୦୨୦ ଯାଏ ମହଲତ ଦିଆଯାଇଥିବା ସୂଚନା ମିଳିଛି । ସମୟ ସୀମା ମଧ୍ୟରେ ତ୍ରୁଟି ନସୁଧାରିଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହ ଆଇନଗତ ପ୍ରମାଣପତ୍ର ଦେଖି ବୁକିଂ ପାଇଁ ଲୋକଙ୍କୁ ବିଏମସି ନିବେଦନ କରିଛି ।