ବନକଲାଗି ନିତିରେ ଅହେତୁକ ବିଳମ୍ବ, ଦର୍ଶନ ଅପେକ୍ଷାରେ ଭକ୍ତ

0

ପୁରୀ/  ସଞ୍ଜୟ ମହାପାତ୍ର : ବନକଲାଗି ନିତିରେ ବିଭ୍ରାଟ । ଦର୍ଶନ ଅପେକ୍ଷାରେ ଭକ୍ତ ହନ୍ତସନ୍ତ । ଶ୍ରୀମନ୍ଦିର ପ୍ରଶାସନ ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ୬ଟାରୁ ୯ଟା ପର୍ଯ୍ୟନ୍ତ ବନକଲାଗି ନିତି ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । ମାତ୍ର ନିତିରେ ଅହେତୁକ ବିଳମ୍ବ ହେବା ସହ ରାତ୍ର ପ୍ରାୟ ୧୧ଟା ୨୫ରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ ହୋଇଥିଲା । ଯାହା ଫଳରେ ଦର୍ଶନ ନପାଇ ହନ୍ତସନ୍ତ ହୋଇଥିଲେ ଭକ୍ତ । ତେବେ ଆଜି ଭୋର ୪ଟାରେ ତରବରିଆ ଭାବେ ପହୁଡ ନୀତି ହେବା ସହ ପ୍ରାୟ ସକାଳ ୬ଟା ୧ରେ ଦ୍ଵାର ଫିଟିଥିଲା । ସକାଳ ୭ଟା ୨୦ ପରେ ଭକ୍ତମାନଙ୍କୁ ଦର୍ଶନ ସୁଯୋଗ ମିଳିଥିବା ବେଳେ ଅନେକ ଭକ୍ତ ଘଣ୍ଟା ଘଣ୍ଟା ଧରି ଦର୍ଶନ ପ୍ରତୀକ୍ଷାରେ ରହିଥିଲେ । ସେପଟେ ଗତ ୧୯ ତାରିଖରେ ଛତିଶା ନିଯୋଗ ନିଷ୍ପତ୍ତି ଅନୁଯାୟୀ ନାଟମଣ୍ଡପ ମରାମତି କାମ ଥିବାରୁ ରାତି ୨ ରୁ ଦ୍ଵାର ଫିଟା ହେବା ସହ ନୀତି ଶୃଙ୍ଖଳିତ ହେବାକୁ ନିଆଯାଇଥିଲା ନିଷ୍ପତ୍ତି । ଫେବୃଆରୀ ୨୩ ରୁ ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ନୀତିକୁ ଶ୍ରୁଙ୍ଖଳିତ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏବେଠାରୁ ନୀତି ଅନିୟମିତତା କୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।