(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ମହାମାରୀ କରୋନାକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ଦେଶକୁ ପୁଣି ଥରେ ମେ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି । ଭାରତ ସମେତ ସାରା ବିଶ୍ୱରେ ୨୧୦ଟି ଦେଶ କୋରୋନା ମୁକାବିଲା ପାଇଁ ଲଢେଇ ଜାରୀ ରଖିଛନ୍ତି । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଥିବାରୁ ତତ୍କାଳ ନିଷ୍ପତି ନେଇଛନ୍ତି ଭାରତୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ଏ ନେଇ ଟୁଇଟ ମାଧ୍ୟମରେ ସୁଚନା ଦେଇଛନ୍ତି । କୋରୋନା ଲକଡାଉନ ଖୋଲିବା ପର୍ଯ୍ୟନ୍ତ ସମସ୍ତ ଟ୍ରେନ ଓ ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ କରାଯାଇଛି ବୋଲି ସୂଚନା ଦିଆଯାଇଛି ।
ଏହା ସହ ରେଳ ବିଭାଗ ଲକଡାଉନ ସମୟରେ ଯେଭଳି ମାଲ ଗାଡି ଗୁଡିକ ଦ୍ୱାରା ସେବା ଜାରୀ ରଖିଛି ସେହିଭଳି ବିମାନ ଚଳାଚଳ ବିଭାଗ ମଧ୍ୟ ନିଜି ଯାତ୍ରୀ ବିମାନ ଗୁଡିକୁ ମାଲବାହକ ଭାବେ ବ୍ୟବହାର କରିବେ ବୋଲି କୁହାଯାଇଛି ।