ସ୍ୱାମୀର ବଦଳିଲା ଚେହରା ! ପର କଲା ସ୍ତ୍ରୀ

0

(ରିପୋଟର୍ସ ଟୁଡେ) ; ସମୟ ବଦଳି ଯାଇଛି , ତା ସହ ବଦଳିି ଯାଇଛି ସମ୍ପର୍କର ମୂୁଲ୍ୟ । ଗୋଟିଏ ଦୁର୍ଘଟଣା ବଦଳାଇ ଦେଲା ଜୀବନ ଯାତ୍ରା । ଚେହେରା ବିଗିଡା ବା ପରେ ସ୍ତ୍ରୀ କଲା ପର । ଏମିତି କିଛି ଦଃୁଖ ଭରା କହାଣି ବଖାଣିଛନ୍ତି ଶିବଶଙ୍କର । ଗଜପତି ଜିଲ୍ଲା ପାରେଳାଖମୁଣ୍ଡି ଅଞ୍ଚଳର ମୂଳ ବାସିନ୍ଦା ଶିବଶଙ୍କର। ସ୍ତ୍ରୀ ଓ ଝିଅକୁ ନେଇ ତାଙ୍କର ଛୋଟ ପରିବାର। ସେଠାରେ ଏକ ହୋଟେଲରେ କାମ କରି ଖୁସିରେ ଜୀବନ ଯାପନ କରୁଥିଲେ । ହଠାତ୍ ମାଡିଆସିଲା କଳାବାଦଲ ଶିବଶଙ୍କରଙ୍କ ଜୀବନରେ । ଦୋକାନରେ କାମ କରୁଥିବା ସମୟରେ ହଠାତ ତାଙ୍କୁ ବାତ ମାରିଥିଲା। ଫଳରେ ଶିବ କିଛି ଜାଣିବା ପୂର୍ବରୁ ତେଲ କଡ଼େଇରେ ପଡ଼ିଯାଇଥିଲେ। ୧୫ ମିନିଟ୍ ପରେ ଦୋକାନ ମାଲିକ ତାଙ୍କୁ ଉଠାଇଥିଲା। ତାଙ୍କ ସୁନ୍ଦର ଚେେହରା ପୂରା ନଷ୍ଟ ହୋଇଯାଇଥିଲା ସତ ହେଲେ ଜୀବନ ବଞ୍ଚି ଯାଇଥିଲା। କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା ହେବାକୁ ଆସିଥିଲେ। ଚିକିତ୍ସାର କିଛିଦିନ ପରେ ସ୍ତ୍ରୀ ଛାଡ଼ି ପଳାଇଥିଲା। ତା’ ପରେ ଘରକୁ ଆସିବାକୁ ମନା କରିଥିଲା। ଏମିତିକି ଝିଅ ସହିତ ଫୋନ୍ରେ କଥା ହେବାକୁ ମଧ୍ୟ ବିରୋଧ କରିଥିଲା। ୨୯ବର୍ଷ ବୟସରେ ଭୁବନେଶ୍ବରସ୍ଥିତ ଘାଟିକିଆ ଆଶ୍ରମରେ ଦୁଃଖ କଷ୍ଟେର ଜୀବନ ଜିଉଁଛନ୍ତି ଶିବ।