୧.୧ କୋଟି ପ୍ରବାସୀଙ୍କ ନାଗରିକତ୍ୱ ଦେବେ ବାଇଡେନ

0

ୱାସିଂଟନ: ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ ପୂର୍ବରୁ ଜୋ ବାଇଡେନ ଆମେରିକାରେ ରହୁଥିବା ୧.୧ କୋଟି ପ୍ରବାସୀଙ୍କୁ ନାଗରିକତ୍ୱ ଦେବାକୁ ଘୋଷଣା କରିଛନ୍ତି । ବାଇଡେନ କହିଛନ୍ତି, ସରକାର ତିଆରିର ପ୍ରଥମ ଦିନରେ ଦେଶରେ ରହୁଥିବା ୧.୧ କୋଟି ପ୍ରବାସୀଙ୍କୁ ନାଗରିକତ୍ୱ ଦିଆଯିବ । ଏଥିରେ ଲାଟିନୋ ଭୋଟର ଓ ଅନ୍ୟ ପ୍ରବାସୀଙ୍କୁ ପ୍ରାଧାନ୍ୟ ଦିଆଯିବ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିବନ୍ଧକ ପାଇଁ ୪ ବର୍ଷ ହେବ ପ୍ରବାସୀ ଆମେରିକାର ନାଗରିକତ୍ୱ ପାଇପାରୁ ନ ଥିଲେ ।
ଯେଉଁମାନେ ୧ ଜାନୁୟାରୀ ୨୦୨୧ ସୁଦ୍ଧା ଆମେରିକାରେ ରହୁଥିବେ ସେହି ବ୍ୟକ୍ତିମାନଙ୍କ ପାଇଁ ସ୍ବତନ୍ତ୍ର ନିୟମ ଅନୁଯାୟୀ ୫ ବର୍ଷ ପାଇଁ ଅସ୍ଥାୟୀ ଭାବେ ରହିବାକୁ ଅନୁମତି ଦିଆଯିବ । ଯଦି ସେମାନେ ପୃଷ୍ଠଭୂମି ଯାଞ୍ଚ କରନ୍ତି, ଟିକସ ଦିଅନ୍ତି ଏବଂ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ପୂରଣ କରନ୍ତି ତେବେ ସ୍ଥାୟୀ ଭାବେ ରହିବାକୁ ଆବଶ୍ୟକ ପ୍ରମାଣ ପତ୍ର ୩ ବର୍ଷକୁ ହ୍ରାସ କରାଯିବ । ଯାହା ଦ୍ବାରା ଆମେରିକାରେ ରହୁଥିବା ପ୍ରବାସୀମାନେ ୩ ବର୍ଷ ପରେ ଆମେରିକାର ସ୍ଥାୟୀ ନିବାସୀ ହେବାରେ କେଯଣସି ଅସୁବିଧା ହେବ ନାହିଁ ।
ଏହା ବାଦ ଟ୍ରମ୍ପଙ୍କର ଆଉ କିଛି ନିଷ୍ପତ୍ତିକୁ ମଧ୍ୟ ପରିବର୍ତ୍ତନ କରିପାରନ୍ତି ଜୋ ବାଇଡେନ୍‌ । ବିଭିନ୍ନ ଦେଶରୁ ଆସୁଥିବା ମୁସଲିମମାନଙ୍କୁ ଆମେରିକାରେ ପ୍ରବେଶ କଟକଣାକୁ ହଟାଇପାରନ୍ତି ବାଇଡେନ୍ । ପୂର୍ବରୁ ଟ୍ରମ୍ପ ମୁସଲିମ ଦେଶର ନାଗରିମାନଙ୍କୁ ଆମେରିକା ଯିବା ପାଇଁ କଟକଣା ଲଗାଇଥିଲେ । ଏହା ଆଇନକୁ ଖୁବ ଶୀଘ୍ର ରଦ୍ଦ କରାଯିବା ପାଇଁ ଯୋଜନା କରାଯାଉଥିବା କହିଛନ୍ତି ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ।