ବାଦଲଫଟା ବର୍ଷାରେ ଜଣେ ମୃତ,୩୨ଜଣ ନିଖୋଜ

0

ସିମଲା : ହିମାଚଳପ୍ରଦେଶରେ ବାଦଲଫଟା ବର୍ଷା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି । ସିମଲା ରାମପୁରରେ ୧୯ଜଣ ନିଖୋଜ ଥିବା ବେଳେ ମଣ୍ଡିରେ ୧୨ଜଣ ନିଖୋଜ ଥିବା ଜଣାପଡିଛି । ସେହିପରି ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ ସିମଲା ରାମପୁର ଅଞ୍ଚଳର ସମେଜ ଖଡ୍ଡ ଅଞ୍ଚଳରେ ଆଜି ବାଦଲ ଫାଟିଛି। ପ୍ରବଳ ବର୍ଷା ଯୋଗୁ ଜଣଙ୍କ ଜୀବନ ଯାଇଛି । ସେହିପରି ମଣ୍ଡିର ପଧର ଉପମଣ୍ଡଳର ଥଲଟୁଖୋଡ ଅଞ୍ଚଳରେ ମଧ୍ୟ ବାଦଲଫଟା ବର୍ଷା ବଡ଼ ଧରଣର ଅଘଟଣ ଘଟାଇଛି।

ପାଣିରେ ଭାସି ଯାଇ ଶିମଲାରେ ୧୯ ଜଣ ଓ ମଣ୍ଡିରେ ୧୨ ଜଣ ନିଖୋଜ ହୋଇଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ହିମାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳରେ ବାଦଲ ଫାଟିବା ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ସହ କଥା ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।