(ପ୍ରିୟଦର୍ଶନୀ ସ୍ୱାଇଁ): ଲଗାଣ ବର୍ଷାରେ ବେହାଲ ଓଡ଼ିଶା । ଲଗାତାର ବର୍ଷା କାହା ମୁହଁରେ ହସ ଫୁଟାଇ ଥିବା ସମୟରେ ରାୟଗଡ଼ା ଜିଲ୍ଲାରେ କିନ୍ତୁ ଘଟିଛି ଅଭାବନୀୟ ଘଟଣା । ରାୟଗଡ଼ା ଜିଲ୍ଳା କାଶୀପୁର ବ୍ଲକ ଅର୍ନ୍ତଗତ ପଣସଗୁଡ଼ା ଗାଁରେ ସମ୍ବର ମାଝୀଙ୍କ ଘର କାନ୍ଥ ଭୁଶୁଡ଼ି ପଡ଼ିଛି । ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ଚିକିତ୍ସା ପାଇଁ ଉଭୟଙ୍କୁ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନାନୁଯାୟୀ, ଗତ କିଛିଦିନ ଧରି ଲାଗାତାର ରହିଛି ବର୍ଷା । ଏହି ବର୍ଷାରେ ମାଟି ଘରରଗୁଡିକର କାନ୍ଥ ଓଦା ଓ ଦୁର୍ବଳ ହୋଇପଡିଛି । ଗତ ରାତିରେ ସଣସଗୁଡ଼ା ଗ୍ରାସବାସୀ ସମ୍ବର ମାଝୀଙ୍କ ପରିବାର ଶୋଇଥିବା ସମୟରେ ହଠାତ ଘରର ଓଦା କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଫଳରେ ସମ୍ବରଙ୍କର ମୃତ୍ୟୁ ଘଟିଛି । ସମ୍ବର ସ୍ତ୍ରୀ ଓ ପୁଅ ଗୁରୁତର ଆହତ ହୋଇଛନ୍ତି । ଗ୍ରାମବାସୀ ଆସି ସମ୍ବରଙ୍କ ମୃତ ଦେହ ଉଦ୍ଧାର କରିବା ସହ ତାଙ୍କ ଆହତ ସ୍ତ୍ରୀ ଓ ପୁଅକୁ ରାୟଗଡା ଗୁରୁତର ଅବସ୍ଥାରେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି ।