ଭୁବନେଶ୍ୱର: ବ୍ରାଉନ ସୁଗାର ଚାଲାଣ ଉପରେ କମିଶନରେଟ ପୁଲିସର କଡା ନଜର । ପୁଣି ପୁଲିସ ୧ କେଜି ବ୍ରାଉନସୁଗାର ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି । କଟକର ନିଶା କାରବାର କରୁଥିବା ଗ୍ୟାଙ୍ଗଙ୍କ ମଧ୍ୟରେ ଏହା ଅନ୍ୟତମ । ସୋମବାର ଦିନ ପୁଲିସ ଗ୍ୟାଙ୍ଗର ୬ ଜଣଙ୍କୁ କଟକରୁ ଗିରଫ କରିଛି । ଲାଲବାଗ ପୁଲିଓ ଓ ସ୍ପେସାଲ ସ୍କ୍ୱାଡ ଏହି ନିଶା କାରବାରୀଙ୍କୁ ମାଡିବସିବା ସହ ସେମାନଙ୍କ ନିକଟରୁ ୧ କିଲୋ ୧୯୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ କୋଟିଏରୁ ଅଧିକ ହେବ ।
ଏସିପି ଅଜୟ ଦାସଙ୍କ ନିର୍ଦ୍ଦେଶରେ ଲାଲବାଗ ଥାନା ଅଧୀନରେ ରେଡ କରାଯାଇଥିଲା । ପୁଲିସ ୬ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧କେଜି ୧୯୫ ଗ୍ରାମ ଡ୍ରଗ୍ସ ଜବତ କରିଛି । ଗିରଫ ୬ ଜଣଙ୍କ ମଧ୍ୟରୁ ୪ ଜଣ ଜଗତସିଂହପୁର ଜିଲ୍ଲାରୁ ହୋଇଥିବା ବେଳେ ୨ ଜଣ ପୁରୀ ଓ କଟକର ବାସିନ୍ଦା । ଏମାନଙ୍କ ନାମରେ ଡ୍ରଗ୍ସ କାରବାର ବ୍ୟତୀତ ବିଭିନ୍ନ ମାମଲା ଭୁବନେଶ୍ୱର, ପୁରୀ ତଥା ରାଜ୍ୟର ବିଭିନ୍ନ ଥାନାରେ ରହିଛି ।
ପୁଲିସ ଅନୁଯାୟୀ, ଏହି ଏମାନେ ମୁଖ୍ୟତଃ ଜଳେଶ୍ୱର ଓ ବାଲେଶ୍ୱର ଅଞ୍ଚଳରୁ ଡ୍ରଗ୍ସ ଆଣି ରାଜ୍ୟର ଉପକୂଳ ଓ ଅଭ୍ୟନ୍ତରୀଣ ଅଞ୍ଚଳରେ ବିକ୍ରି କରିଥାନ୍ତି । ଗତ ୫ ମାସ ମଧ୍ୟରେ ପୁଲିସ କଟକରୁ ୪.୨୮କେଜି ବ୍ରାଉନସୁଗାର ସମେତ ମୋଟ ୬ କେଜି ବ୍ରାଉନ ସୁଗାର ଜବତ କରିବାରେ ସକ୍ଷମ ହୋଇଛି । ଦୈତ୍ୟ ନଗରକୁ ନିଶା ମୁକ୍ତ କରିବାକୁ ପୁଲିସ ପକ୍ଷରୁ ନିଶା ବିରୋଧୀ ଅଭିଯାନ ଜାରି ରହିଛି ବୋଲି ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।