ଭୁବନେଶ୍ବର : NEET-UG ପେପର୍ ଲିକ୍ ମାମଲାରେ ଆଉ ଅଭିଯୁକ୍ତ ରାଜଧାନୀ ଭୁବନେଶ୍ବରରୁ ଗିରଫ ହୋଇଛି । ଭୁବନେଶ୍ୱରରୁ ସୁଶାନ୍ତ ସାମନ୍ତଙ୍କୁ ଗିରଫ କରିଛି ସିବିଆଇ । ପ୍ରଶ୍ନପତ୍ର ବିତରଣରେ ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଅଭିଯୁକ୍ତରକୁ ଏବେ କୋର୍ଟରେ ହାଜର କରିବା ପରେ ୫ ଦିନିଆ ରିମାଣ୍ଡରେ ନେଲା ସିବିଆଇ । ଭୁବନେଶ୍ବରରୁ ଗିରଫ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ଚଳିତ ବର୍ଷ ନିଟ୍ ପରୀକ୍ଷାକୁ ନେଇ ବିବାଦ ଲାଗି ରହିଛି। ୬୭ ଜଣ ପରୀକ୍ଷାର୍ଥୀ ଫୁଲ୍ ମାର୍କ ରଖି ପାସ୍ ହେବା ପରେ ପରୀକ୍ଷାରେ ଅନିୟମିତତା ସନ୍ଦେହ କରା ଯାଇଥିଲା। ଏହାକୁ ନେଇ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଘଟଣାର ସତ୍ୟାସତ୍ୟ ଯାଞ୍ଚ ପାଇଁ NTA CBIକୁ ତଦନ୍ତ ନିର୍ଦ୍ଦେଶ ଦେଇଛି।