ହ୍ୱାଇଟ ହାଉସ ସମ୍ମୁଖରେ ପୁଲିସ କର୍ମୀଙ୍କୁ ଆକ୍ରମଣ: ଜଣେ ମୃତ

0

ୱାସିଂଟନ: ଆମେରିକା ସଂସଦ ହ୍ୱାଇଟ ହାଉସ ସାମ୍ନାରେ ଅଘଟଣ । ଅଚାନକ ଜଣେ ସନ୍ଦିଗ୍ଧ ଏକ କାରରେ ଆସି ୱାଶିଂଟନ ଡିସି ସମ୍ମୁଖରେ ଲାଗିଥିବା ବାରିକେଟରେ ମୁତୟନ ୨ ପୁଲିସ କର୍ମୀଙ୍କୁ ଧକ୍କା ଦେଇଥିଲେ । ଏହା ପରେ ଏକ ଛୁରୀରେ ଗାଡିଚାଳକ ଉଭୟଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ସେମାନଙ୍କ ମଧ୍ୟରୁ ଜରଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ସ୍ଥିତି ସଂକଟାପନ୍ନ ରହିଛି । ଅନ୍ୟ ପୁଲିସ ଗୁଳିରେ ଚାଳକର ମୃତ୍ୟୁ ହୋଇଛି ।
ଏହି ଘଟଣା ପରେ ୱାଶିଂଟନ ଡିସିର ରାସ୍ତାକୁ ସବୁ ବନ୍ଦ କରି ଦିଆଯାଇଥିଲା । ଏହି ଆକ୍ରମଣ ପଛର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହାର ତଦନ୍ତ ଚାଲିଛି । ତେବେ ଏହା କୌଣସି ଆତଙ୍କବାଦୀ ଆକ୍ରମଣ ହୋଇ ନ ଥିବା ପୁଲିସ ପକ୍ଷରୁ କୁହାଯାଇଛି । ପୁଲିସ କାର ଚାଳକର ପରିଚୟ ଖୋଜି ବାହାର କରିଛି । ସେ ଅ।।ମେରିକାର ଇଣ୍ଡିଆନା ଅଞ୍ଚଳର ନୋଆ ଗ୍ରୀନ । ସେ ଜଣେ ବେରୋଜଗାର ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲା ।