ନିମ୍ବ ଚାରା ବୋଝେଇ ଗାଡ଼ିରୁ ୧ ଟନ୍ ଗଂଜେଇ ଜବତ

0

କୋରାପୁଟ-: କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ ।  ନିମ୍ବ ଚାରା ବୋଝେଇ ଗାଡ଼ିରୁ ୧ ଟନ୍ ଗଂଜେଇ ଜବତ ହୋଇଛି । ଅପରାଧରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଜଣେ ଅଭିଯୁକ୍ତ ଘଟଣା ସ୍ଥଳରୁ ଚମ୍ପଟ ମାରିଛି ।

ସୂଚନା ଅନୁସାରେ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ପାଡୁଆ ଥାନା ପୋଲିସ ରାସ ଅଫିସ୍ ନିକଟରେ ନାକା ବନ୍ଦୀ କରି ଜଗି ରହିଥିଲା ।  ଏହି ସମୟରେ ବିପରୀତ ଦିଗରୁ ଏକ ରାଜସ୍ଥାନ ରେଜିଷ୍ଟ୍ରେସନ୍ ନଂ ଆଇଚର ଗାଡ଼ି ଆସିଥିଲା ।  ଗାଡ଼ିକୁ ଅଟକାଇ ଯାଞ୍ଚ ବେଳେଡାଲା ଭିତରେ ନିମ୍ବ ଚାରା ସହିତ ବିପୁଳ ପରିମାଣରେ ଗଞ୍ଜେଇ ଦେଖିବାକୁ ମିଳିଥିଲା ।  ଜବତ ୧ ଟନ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ । ଏହି ଗଞ୍ଜେଇ ସ୍ଥାନୀୟ ବୁଡିଂ ଗାଁରୁ ରାଜସ୍ଥାନକୁ ଚାଲାଣ କରା ଯାଉଥିଲା ବୋଲି ଜଣା ପଡ଼ିଛି ।  ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ଗାଡ଼ି ଡ୍ରାଇଭରକୁ ପୋଲିସ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇ ଯାଇଛି । ଏହି ମାମଲାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।