ଭାରତ-ମିଆଁମାର ସୀମାରେ ୧୦ ଜଣ ସଶସ୍ତ୍ର ଆତଙ୍କୀ ନିହତ

0

ମଣିପୁର-: ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ମଣିପୁରରେ ଏବେ ଟିକିଏ ଶାନ୍ତି ଫେରିଛି  । ପୂରା ମଣିପୁର ସେନା ଛାଉଣିରେ ଘେରି ରହିଥିଲେ ବି ସ୍ଥିତି ଏବେ ବି ସୁଧୁରିନି । ଏବେ ବି ଆତଙ୍କୀ କାର୍ଯ୍ୟକଳାପ ମଣିପୁରରେ ମାଡିଚାଲିଛି । ଏହାରି ଭିତରେ ସୁରକ୍ଷାବାହିନୀଙ୍କୁ ବଡ ସଫଳତା ମିଳିଛି । ଆତଙ୍କୀ ବିରୋଧରେ ଏବେ ଦେଶରେ କଡା ଆଭିମୁଖ୍ୟ ଗ୍ରହଣ କରାଯାଉଥିବା ବେଳେ ସୁରକ୍ଷା ବାହିନୀ ଏକ ବଡ଼ ବିଦ୍ରୋହୀ ବିରୋଧୀ ଅଭିଯାନରେ ମଣିପୁରର ଚାନ୍ଦେଲ ଜିଲ୍ଲା ଭାରତ-ମିଆଁମାର ସୀମାରେ ୧୦ ଜଣ ସଶସ୍ତ୍ର ଆତଙ୍କୀଙ୍କୁ ନିହତ କରିଛନ୍ତି, ଏଥିସହିତ ତାଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ରବି ଜବତ କରିଛି ।

ସୂଚନା ଅନୁସାରେ, ଆସାମ ରାଇଫଲ୍ସର ଏକ ପାଟ୍ରୋଲିଂ ଦଳ ସନ୍ଦିଗ୍ଧ ବିଦ୍ରୋହୀଙ୍କ ଉପରେ ପ୍ରବଳ ଗୁଳିଚାଳନା କରିଥିଲେ । ନ୍ୟୁ ସମତାଲ ଗାଁ ନିକଟରେ ଅଭିଯାନ ଆରମ୍ଭ ହୋଇଥିବା ବେଳେ ସୈନ୍ୟମାନେ ସଠିକତାର ସହିତ ପ୍ରତିଶୋଧ ନେଇଥିଲେ, ଛଦ୍ମବେଶୀ ୟୁନିଫର୍ମ ପିନ୍ଧିଥିବା ୧୦ ଆତଙ୍କୀଙ୍କୁ ଏନକାଉଣ୍ଟର କରିଥିଲେ । ଏନକାଉଣ୍ଟର ପରେ, ସେନା ଅଞ୍ଚଳରେ ଏକ ବ୍ୟାପକ କମ୍ବିଂ ଅପରେସନ ଆରମ୍ଭ କରିଥିଲା । ସନ୍ଧାନ ସମୟରେ, ସୈନିକମାନେ ସାତଟି AK-47 ରାଇଫଲ୍, ଗୋଟିଏ M4 ରାଇଫଲ୍, ଗୋଟିଏ RPG ଲଞ୍ଚର୍, ଚାରୋଟି ସିଙ୍ଗଲ୍-ବ୍ୟାରେଲ୍ ବ୍ରିଚ୍-ଲୋଡିଂ ରାଇଫଲ୍ ଏବଂ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ଷ୍ଟୋର ସମେତ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରିଛନ୍ତି ।