ଭୁବନେଶ୍ୱର : ୨୦୨୩ -୨୪ ର ଆର୍ଥିକ କେନ୍ଦ୍ରୀୟ ବଜେଟରେ ରେଳ ଅନୁମୋଦନ ପାଇଁ ଓଡ଼ିଶାକୁ ୧୦,୦୧୨ କୋଟି ଟଙ୍କା ଆବଣ୍ଟିତ ହୋଇଛି । ୨୨-୨୩ରେ ଓଡିଶାକୁ ୯୭୩୪ କୋଟି ଟଙ୍କାର ରେଳ ଅନୁଦାନ ମିଳିଥିଲା । ହେଲେ ଓଡ଼ିଶା ପାଇଁ ରେଳ ଅନୁଦାନ ବାବଦରେ ରାଜ୍ୟ ସରକାର ୮୪୦୦କୋଟି ଟଙ୍କା ମାଗିଥିଲେ, କିନ୍ତୁ କେନ୍ଦ୍ର ସରକାର ଓଡ଼ିଶା ମାଗିଥିବା ପରିମାଣଠୁ ପ୍ରାୟ ୧୬୧୨କୋଟି ଟଙ୍କା ଅଧିକ ଆବଂଟନ କରିଛନ୍ତି । ରେଳ ଅନୁଦାନ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ପୂର୍ବତଟ ରେଳପଥ ଜେନେରାଲ ମ୍ୟାନେଜର ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି । ପୁରୀ ଲାଗି ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି । ବିମାନବନ୍ଦରରରୁ ଭକ୍ତମାନେ ବ୍ୟାଟେରୀ ଚାଳିତ ଗାଡ଼ିରେ ଲିଙ୍ଗରାଜ ରୋଡ୍ ଷ୍ଟେସନ ଆସି ସେଠାରୁ ଟ୍ରେନରେ ସିଧାସଳଖ ପୁରୀ ଯାଇପାରିବେ। ଏଥିପାଇଁ ଲିଙ୍ଗରାଜ ରୋଡ୍ ଷ୍ଟେସନର ଆଧୁନୀକିକରଣ କାର୍ୟ୍ୟ କରାଯାଉଛି । ବନ୍ଦେ ଭାରତ ଟ୍ରେନ୍ ଭଳି ବନ୍ଦେ ଭାରତ ମେଟ୍ରୋ ୩୫-୫୦ କିମି ଥିବା ଷ୍ଟେସନ ଭିତରେ ଚାଲିବ । ଓଡ଼ିଶାରେ ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଲିଙ୍ଗରାଜରୋଡ୍-ପୁରୀ ଭିତରେ ଚାଲିବା ଯୋଜନା ହୋଇଛି ।