୧୦ ଦିନ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର

କରୋନା କଟକଣା ମଧ୍ୟରେ ଆସନ୍ତା ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସରକାରୀ ସ୍କୁଲଗୁଡ଼ିକ ଛୁଟି ରହିବ ।

0

(ଭୁବନେଶ୍ଵର) : କରୋନା କଟକଣା ମଧ୍ୟରେ ଆସନ୍ତା ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସରକାରୀ ସ୍କୁଲଗୁଡ଼ିକ ଛୁଟି ରହିବ । ଦଶହରା ଓ କୁମାର ପୂର୍ଣ୍ଣିମା ପାଇଁ ଆସନ୍ତା ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସରକାରୀ ସ୍କୁଲଗୁଡ଼ିକ ଛୁଟି ରହିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ପରେ ୨୧ ତାରିଖରୁ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀଗୁଡ଼ିକର ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ପୁଣି ପାଠପଢ଼ା ଚାଲିବ । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।