ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଂଠନର ଇଙ୍ଗ ଘୋଷଣା ; ଅକ୍ଷୟଙ୍କୁ ଚାପୁଡା ମାରିଲେ ୧୦ ଲକ୍ଷ ପୁରସ୍କାର

0

ଅକ୍ଷୟ କୁମାରଙ୍କ ଅଭିନୀତ ବଲିଉଡ ଫିଲ୍ମ ଙଗଏ-୨ ଶୁକ୍ରବାର ରିଲିଜ ହୋଇଛି । ଫିଲ୍ମଟି ରିଲିଜ ହେବାପରଠାରୁ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ତେବେ ଫିଲ୍ମଟି ଆସିବା ଆଗରୁ ବହୁ ବିବାସ ଦେଖିବାକୁ ମିଳିଥିଲା । ଏବେ ଫିଲ୍ମକୁ ନେଇ ଆଗ୍ରାର ଏକ ହିନ୍ଦୁ ସଙ୍ଗଠନ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଇଙ୍ଗ ଘୋଷଣା କରିଛନ୍ତି । ଉକ୍ତ ସଙ୍ଗଠନ ଘୋଷଣା କରିଛି ଯେ, ଯଦି ଅକ୍ଷୟ କୁମାରଙ୍କୁ କେହି ଚାପୁଡା ମାରନ୍ତି, ତେବେ ତାଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ । ସେହିପରି ଅକ୍ଷୟ କୁମାରଙ୍କ ଉପରକୁ ଯିଏ ଛେପ ପକାଇବ ତାକୁ ମଧ୍ୟ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଏହି ହିନ୍ଦୁ ସଙ୍ଗଠନଟି ଘୋଷଣା କରିଛି ।

ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କହିବା ଅନୁସାରେ ଅକ୍ଷୟ କୁମାର ହିନ୍ଦୁ ଲୋକଙ୍କ ଭାବନାକୁ କ୍ଷତି ପହଞ୍ଚାଇଛନ୍ତି । ଫିଲ୍ମରେ ଭଗବାନ ଶିବଙ୍କୁ ଅପମାନ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ତେଣୁ ଏହା ବିରୋଧରେ ଅକ୍ଷୟ କୁମାରଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଛି । ସଙ୍ଗଠନ କହିଛି ଯେ, ଆଗାମୀ ଦିନରେ ଫିଲ୍ମ ହଲ୍ ବାହାରେ ମଧ୍ୟ ଧାରଣା ପ୍ରଦର୍ଶନ କରାଯିବ।