ଦାଇତ୍ୱ ବାଣ୍ଟିଲା ବିଜେଡି । ବିଜେଡ଼ି ଖାତାରେ ନଥିବା ୨୭ ନିର୍ବାଚନ ମଣ୍ଡଳୀ ଦାୟିତ୍ଵରେ ୧୦ ନେତା। ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବରିଷ୍ଠ ନେତାଙ୍କୁ ମିଳିଲା ଦାଇତ୍ୱ । ବିଜୁ ଜନତା ଦଳ ପକ୍ଷରୁ ଜାରୀ ହେଲା ତାଲିକା । ତାଲିକାରେ ରହିଛି ଅରୁଣ ସାହୁ, ପ୍ରତାପ ଜେନା ଓ ପ୍ରଣବ ପ୍ରକାଶ ଦାସଙ୍କ ଭଳି ଅନେକ ନେତାଙ୍କ ନାମ ।
ନିର୍ବାଚନ ବିପର୍ୟ୍ୟୟ ପରେ ପୁଣି ଥରେ ବବି ଦାସ ଙ୍କୁ ଗୁରୁ ଦାୟିତ୍ଵ। ସର୍ବାଧିକ ୫ ନିର୍ବାଚନ ମଣ୍ଡଳୀ ଦାୟିତ୍ଵରେ ବବି। ଏହି ୨୭ ନିର୍ବାଚନ ମଣ୍ଡଳୀ ରେ ସାଙ୍ଗଠନିକ କାର୍ୟ୍ୟ ତୁଲାଇବା ପାଇଁ ୧୦ ନେତାଙ୍କୁ ଦାୟିତ୍ଵ।
ଝାରସୁଗୁଡା,ବ୍ରଜରାଜ ନଗର ନିର୍ବାଚନ ମଣ୍ଡଳୀର ଦାଇତ୍ୱ ନେବେ ନିରଞ୍ଜନ ପୁଜାରୀ । ନିମାପଡା, ପିପିଲି, ଖୋର୍ଦ୍ଧା ସମ୍ଭାଳିବେ ଅରୁଣ ସାହୁ । ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଛି ୫ଟି ନିର୍ବାଚନ ମଣ୍ଡଳୀର ଦାଇତ୍ୱ । ବଣାଇ ଏବଂ ବୀରମିତ୍ରପୁର ନିର୍ବାବନ ମଣ୍ଡଳୀ ଉପରେ ଧ୍ୟାନ ରଖିବେ ପ୍ରୀତି ରଞ୍ଜନ ଘଡେଇ ।