ଭୁବନେଶ୍ୱର: ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ । ବରଗଡ଼ ଜିଲ୍ଲାର ଦଶଟି ସ୍ଥାନରେ କେନ୍ଦ୍ରୀୟ ଆୟକର ବିଭାଗର ଚଢ଼ାଉ । ଆୟକର ଫାଙ୍କିବା ଅଭିଯୋଗ ରେ ଚଢାଉ ହେଉଥିବା କୁହାଯାଇଛି । ଜିଲ୍ଲାର କିଛି ଦୋକାନ, ଅଏଲ ପ୍ଲାଣ୍ଟ ଉପରେ ଚଢ଼ାଉ କରିଛି ବିଭାଗ । ଏହାସହିତ ବାଲଗୋପାଳ ଫୁଡ ପ୍ରଡକ୍ଟ ପ୍ରାଇଭେଟ ଲିମିଟେଡ଼ ଓ ଶ୍ରୀରାମ ଅଏଲ ପ୍ଲାଣ୍ଟ ରେ ଚାଲିଛି ଚଢ଼ାଉ । ଲିଙ୍କରେ ଥିବା ସିଏ ଓ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଚଢାଉ କରିଥିବା କୁହାଯାଉଛି । ବରଗଡ଼ ଜିଲ୍ଲା ସମେତ ରାଜ୍ୟ ର ୮୦ଟି ସ୍ଥାନରେ ଚଢ଼ାଉ ହେଉଥିବା ଆୟକର ବିଭାଗ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।