ପ୍ରକାଶ ପାଇଲା ସପ୍ଲିମେଣ୍ଟାରୀ ରେଜଲ୍ଡ

0

(ପ୍ରିୟଦର୍ଶନୀ ସ୍ୱାଇଁ): ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳାଫଳ । ବୋର୍ଡ଼ କାର୍ଯ୍ୟ।ଳୟରେ ସଭାପତି ରେଜଲ୍ଡ ପ୍ରକାଶ କରିଛନ୍ତିି । ମାଟ୍ରିକ ପାସ ହାର ୪୩.୬୨% ହୋଇଥିବା ବେଳେ ଓପନ ସ୍କୁଲରେ ପାସ ହାର ୬୩.୪୪% ରହିଛି । ଏନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଖୁସି ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀ ନିଜ ପରୀକ୍ଷା ଫଳ ବୋର୍ଡ଼ ୱେବସାଇଟ www.bseodisha.ac.in ଏବଂ www.bseodisha.nic.inରେ ଦେଖିପାରିବେ । ଚଳିତ ବର୍ଷ ମାଟ୍ରିକ ସପ୍ଲିମେଣ୍ଟାରୀରେ ୨୮ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେହିପରି ମୁକ୍ତ ମୁକ୍ତ ବିଦ୍ୟାଳୟ ସପ୍ଲିମେଣ୍ଟାରୀରେ ୯ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।
ସୂଚନାନୁଯାୟୀ, ଚଳିତ ବର୍ଷ ଜୁଲାଇ ୨୧ରୁ ତାରିଖରୁ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ମୁକ୍ତ ବିଦ୍ୟାଳୟର ମଧ୍ୟ ପରୀକ୍ଷାର ଖାତାଦେଖା ଆରମ୍ଭ ହୋଇଥିଲା । ଜୁଲାଇ ୨୧ରୁ ଆରମ୍ଭ ହୋଇ ଖାତାଦେଖା ପ୍ରକ୍ରିୟା ଜୁଲାଇ ୨୩ରେ ଶେଷ କରାଯାଇଥିଲା । ମାଟ୍ରିକ ସପ୍ଲିମେଣ୍ଟାରୀ ଖାତାଦେଖା ପାଇଁ ୧୨ଟି କେନ୍ଦ୍ର ରହିଥିବା ବେଳେ ମୁକ୍ତ ବିଦ୍ୟାଳୟ ପାଇଁ ୮ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଥିଲା ।