ଦେବଗଡରେ ଖୋଲିଲା ୧୦୦ ବେଡ ବିଶିଷ୍ଟ କୋଭିଡ ହସ୍ପିଟାଲ

0

ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ): ଦେବଗଡ ଜିଲ୍ଲାରେ ଖୋଲିଛି ଆଉ ଏକ ଅତ୍ୟାଧୁନିକ କୋଭିଡ ହସ୍ପିଟାଲ । ୧୦୦ ବେଡ ବିଶିଷ୍ଟ ଏହି କୋଭିଡ ହସ୍ପିଟାଲକୁ ଉଦଘାଟନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କୋଭିଡ ହସ୍ପିଟାଲରେ ୧୨ଟି ଆଇସିୟୁ ସହିତ ୩୨ଟି ଏଚଡିୟୁ, ସ୍ୱତନ୍ତ୍ର ଶିଶୁ ୱାର୍ଡ ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି । ଏଥିସହିତ ଏଠାରେ ସମସ୍ତ ଚିକିତ୍ସା, ଔଷଧ ଯୋଗାଣ ଏବଂ ରୋଗୀଙ୍କୁ ଖାଦ୍ୟ ବ୍ୟବସ୍ଥା ଦାୟିତ୍ୱ ରାଜ୍ୟ ସରକାରଙ୍କ ହାତରେ ନ୍ୟସ୍ତ ହୋଇଛି । ଏହି ମେଡିକାଲ ଉଦଦଘାଟନ ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ପ୍ରଶଂସା କରିଛନ୍ତି । କୋଭିଡ ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।