ଆଗ୍ରା: ଉତ୍ତର ପ୍ରଦେଶରେ ହୋଲି ପର୍ବ ବେଶ ଧୂମଧାମରେ ପାଳିତ ହୋଇଥାଏ । ଏହି ରଙ୍ଗର ପର୍ବ ହୋଲି ଓ ସବେ ବାରାତକୁ ଶାନ୍ତି ସୃଙ୍ଖଳା ସହ ପାଳନ କରିବାକୁ ୟୁପିରେ ୧୦୦ କମ୍ପାନୀ ପ୍ରୋଭିନସିଆଲ ଆର୍ମଡ କନଷ୍ଟେଭୁଲାରୀ (ପିଏସି), ୨ କମ୍ପାନୀ ରାପିଡ ଆକ୍ସନ ଫୋର୍ସ (ଆରଏଏଫ) ଓ ସାଧାରଣ ପୁଲିସ ଫୋର୍ସ ମୁତୟନ କରାଯାଇଛି ।
ଏହି ଦୁଇ ପର୍ବକୁ ଶାନ୍ତିସୃଙ୍ଖଳାରେ ପାଳନ କରିବାକୁ ପୁଲିସ ମହାନିର୍ଦ୍ଦେଶକ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ଶାନ୍ତି ବୈଠକ ଓ ବିଷାକ୍ତ ମଦ ମୃତ୍ୟୁ ପରି ଘଟଣାକୁ ଏଡାଇବାକୁ ଚଢାଉ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଚଢାଉ ଅବକାରୀ ବିଭାଗ ସହଯୋଗରେ କରିବାକୁ କୁହାଯାଇଛି ବୋଲି ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାର କହିଛନ୍ତି ।