ଉତ୍କର୍ଷ ଓଡ଼ିଶା- ମେକ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗଦେବେ ଦେଶର ଶହେ ଫର୍ଚ୍ୟୁନ ୫୦୦ କମ୍ପାନୀ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା । ସେହିପରି ଶିଳ୍ପ ସଚିବ କହିଛନ୍ତି, ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ସମ୍ବର୍ଦ୍ଧିତ ହେବେ ରାଜ୍ୟର ‘୬୦ ଙ୍କଦ୍ଭୟରକ୍ସ ୪୦’ ଗଝଗଋ ଉଦ୍ୟୋଗୀ । ୨୯ ତାରିଖ ଉଦଯାପନୀ ଉତ୍ସବରେ ପ୍ରତି ଜିଲ୍ଲାରୁ ଦୁଇ ଜଣ ଲେଖାଏଁ ଯୁବ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ । ଚଳିତ ଥର ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଆଇଟି, ଅକ୍ଷୟ ଶକ୍ତି, ବୟନ, କେମିକାଲ, ଫୁଡ ପ୍ରସେସିଂ ଭଳି ୫ଟି କ୍ଷେତ୍ରକୁ ଫୋକସ କ୍ଷେତ୍ର ଭାବେ ଚୟନ କରାଯାଇଛି । ଅଷ୍ଟ୍ରେଲିଆ, ମ୍ୟାଲେସିଆ, ଜାପାନ, ଜର୍ମାନୀ, ପୋଲାଣ୍ଡ, କ୍ୟୁବା ଭଳି ୧୨ଟି ରାଷ୍ଟ୍ର ‘କଣ୍ଟ୍ରି ଅଫ୍ ଫୋକସ’ ରହିବାକୁ ନିମନ୍ତ୍ରଣ କରାଯାଇଛି । ୨୭ ତାରିଖରେ ପ୍ରାକ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଅଂଶସ୍ୱରୂପ ଆୟୋଜନ ହେବ ଉଓଓ ନ୍ୟାସନାଲ କାଉନସିଲର ୫ ଅଧିବେଶନ । ଯେଉଁଥିରେ ଯୋଗ ଦେବେ ଉଓଓ ନ୍ୟାସନାଲ କାଉନସିଲର ୨୦୦ ସଦସ୍ୟ । ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଦେଶ ତଥା ବିଦେଶର ୫୦୦୦ ଶିଳ୍ପ ପ୍ରତିନିଧି ଯୋଗଦେବେ । ୨୮ ତାରିଖ ପୂର୍ବାହ୍ନ ୧୧ଟାରେ ଉଦଘାଟନ ହେବ ଉତ୍କର୍ଷ ଓଡ଼ିଶା କନକ୍ଲେଭ । କନକ୍ଲେଭର ଦୁଇ ଦିନରେ ବିଭିନ୍ନ କ୍ଷେତ୍ର ପାଇଁ ଅନୁଷ୍ଠିତ ହେବ ୧୫ଟି ସ୍ଵତନ୍ତ୍ର ଅଧିବେଶନ । ପ୍ରଥମ ଦିନରେ ୫ଟି ଓ ଦ୍ଵିତୀୟ ଦିନରେ ୧୦ଟି ଅଧିବେଶନ ଅନୁଷ୍ଠିତ ହେବ।