ରାଜ୍ୟର ୫ଟି ଜିଲ୍ଲାରେ ୧୦୦ ମିମିରୁ ଅଧିକ ବର୍ଷା

0

(ମୃତ୍ୟୁଞ୍ଜୟ ଭୋଇ) ଭୁବନେଶ୍ୱର: ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ ଡିପ୍ରେସନରେ ପରିଣତ ହୋଇଛି । ଫଳରେ ସାରା ରାଜ୍ୟରେ ବର୍ଷା ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାର ସ୍ଥିତିରେ ସୁଧାର ଆସିଛି । ୫ଟି ଜିଲ୍ଲାରେ ୧୦୦ ମିଲି ମିଟରରୁ ଅଧିକ ବର୍ଷା ହୋଇଛି । କୋରାପୁଟର ଦୁଇଟି ବ୍ଲକ ବାହ୍ୟ ଅଞ୍ଚଳରୁ ବିଚ୍ଛିନ୍ନ ହୋଇ ଯାଇଛି । ଏଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ୨୦୭୨ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଓ ବନ୍ୟା ପରିସ୍ଥିତି ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ସୂଚନା ରହିଛି ।

ଝାରସୁଗୁଡା, କଳାହାଣ୍ଡି, ବଲାଙ୍ଗୀର, ଯାଜପୁର, କୋରାପୁଟ ଜିଲ୍ଲାରେ ଯଥାକ୍ରମେ ୨୦୭.୨ ମିମି, ୧୫୦.୭ ମିମି, ୧୧୭.୨ ମିମି, ୧୧୫.୪ ମିମି, ୧୧୦.୬ ମିମି ବର୍ଷା ହୋଇଛି । କୋରାପୁଟର ଦୁଇଟି ବ୍ଲକ, ଥ ରାମପୁରରେ ୩୧୨ ମିମି ଓ କର୍ଲ୍ଲାମୁଣ୍ଡାରେ ୩୦୯ ମିମି ବର୍ଷା ହୋଇଛି । ରାଜ୍ୟର ୯ଟି ବ୍ଲକରେ ୨୦୦ ରୁ ୩୦୦ ମିମି ବର୍ଷା ହୋଇଥିବା ବେଳେ ୫୩ଟି ବ୍ଲକରେ ୧୦୦ରୁ ୨୦୦ ମିମି ମଧ୍ୟରେ ବର୍ଷା ହୋଇଛି । ତେବେ ବନ୍ୟା ପରିସ୍ଥିତି ସ୍ୱାଭାବିକ ରହିଛି । ଏହି ଅଞ୍ଚଳରେ ଏସଆରସି ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି ।