ଶ୍ରୀ ରାମ ମନ୍ଦିର ପ୍ରାଣ ପ୍ରିତିଷ୍ଠା ପାଇଁ ୧୦୦ଟି ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟାନ୍

0

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଶ୍ରୀ ରାମ ମନ୍ଦିର ପ୍ରାଣ ପ୍ରିତିଷ୍ଠା ହେବ । ତେବେ ଏହି ପ୍ରାଣ ପ୍ରତିଷ୍ଠା ପୂର୍ବରୁ  ପ୍ରାୟ ୧୦୦ଟି ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ୟାନ୍ କରାଯାଇଛି । ତେବେ ଦେଶର ଆଇନଶୃଙ୍ଖଳା ପରିସ୍ଥିତିକୁ ଖରାପ କରିବା ପାଇଁ ଚେଷ୍ଟା କରୁଥିବା ଏବଂ ସନ୍ଦେଜନକ କାର୍ଯ୍ୟାକଳାପ ଏଡାଇବା ପାଇଁ କେନ୍ଦ୍ର ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି  ବୋଲି ଦେଶର ସମସ୍ତ ରାଜ୍ୟରେ ପୋଲିସ ମୁଖ୍ୟମାନଙ୍କ ନିର୍ଦ୍ଦେଶ ପରେ ଏପରି ନିଷ୍ପତ୍ତି ନିଆଯାଇଛି ।

ଶ୍ରୀ ରାମ ମନ୍ଦିର ଏବଂ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଯେପରି କୌଣସି ନକଲି ଭିଡିଓ ବା ଡିପ୍ ଫେକ୍ ଭିଡିଓ ନ ଭାଇରାଲ ସେନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶ ଯାରି କରାଯାଇଛି । ଯଦି ଭାଇରାଲ ହୁଏ ତେବେ ତୁରନ୍ତ ତାଙ୍କୁ ସୋସିଆଲ ମିଡିଆରୁ ହଟାଇବା ନେଇ ମଧ୍ୟ ନିର୍ଦ୍ଦେଶ ରହିଛି । ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ସମୟରେ ଆକାଶରୁ ହେବ ଫୁଲ ବର୍ଷା ସାଇବର ଅପରାଧ ପରି ସ୍ଥିତିକୁ ଏଡାଇବା ପାଇଁ କେନ୍ଦ୍ର ସରକାର ଇନ୍‌ଷ୍ଟାଗ୍ରାମ୍‌, ଫେସ୍‌ବୁକ୍, ୟୁଟ୍ୟୁବ୍ ଏବଂ ଏକ୍ସର ପ୍ରାୟ ୧୦୦ଟି ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ୟାନ୍ କରିଛନ୍ତି । ଏହାସହ ମିଥ୍ୟା ଖବର ପ୍ରଶାର ପ୍ରଚାର ପ୍ରତି ଅଧିକ ସତର୍କ ରହିବାକୁ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।