ନୂଆଦିଲ୍ଲୀ– ଗତ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ୧୦,୦୬୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫ ଲକ୍ଷ ୮୧ ହଜାର ୮୩୭ ରେ ପହଞ୍ଚିଛି । ୫୨୮ ଜଣ ସକ୍ରିୟ ରହିଛନ୍ତି । ୧ କୋଟି ୨ ଲକ୍ଷ ୨୮ ହଜାର ୭୫୩ ଜଣ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି । ତେବେ ପୁଣି ୧୩୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ସେହିପରି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ(ଆଇସିଏମଆର) ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୭ ଲକ୍ଷ ୯ ହଜାର ୭୯୧ କରୋନା ନମୁନା ପରୀକ୍ଷଣ ହୋଇଥିବାବେଳେ ଏବେ ସୁଦ୍ଧା ସମୁଦାୟ ୧୮ କୋଟି ୭୮ ଲକ୍ଷ ୨ ହଜାର ୮୨୭ ନମୁନା ପରୀକ୍ଷା ହୋଇସାରିଲାଣି ।