୬୮୧୫ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ବିଶେଷକରି, ଶ୍ରୁତିବାଧିତାଙ୍କୁ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟରେ ୧୦୪ଟି ସ୍ବତନ୍ତ୍ର ବିଦ୍ୟାଳୟ ଓ ଗୋଟିଏ ମହାବିଦ୍ୟାଳୟ ଚାଲିଛି
ଭୁବନେଶ୍ୱର;୬୮୧୫ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ବିଶେଷକରି, ଶ୍ରୁତିବାଧିତାଙ୍କୁ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟରେ ୧୦୪ଟି ସ୍ବତନ୍ତ୍ର ବିଦ୍ୟାଳୟ ଓ ଗୋଟିଏ ମହାବିଦ୍ୟାଳୟ ଚାଲିଛି । ସ୍ନାତକ ଓ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ୍ ବଣ୍ଟନ କରାଯାଉଛି । ୨୯,୨୩୩ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବାଣୀଶ୍ରୀ ବୃତ୍ତି ପ୍ରଦାନ କରାଯାଇଛି । ୭୮ଟି ଥେରାପି ସେଣ୍ଟର/ହାଫ୍-ୱେ ହୋମ୍ ଜରିଆରେ ୫୦୯୨ ଜଣ ଶାରୀରିକ, ମାନସିକ ଓ ସାମାଜିକ ଭିନ୍ନକ୍ଷମଙ୍କୁ ଥଇଥାନ କରାଯାଇଛି । ଦିବ୍ୟାଙ୍ଗଙ୍କ ଆର୍ଥିକ ସଶସ୍ତୀକରଣ ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ମୋଟ ୩୩୪୯ଟି ଦିବ୍ୟାଙ୍ଗ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି । ଦିବ୍ୟାଙ୍ଗମାନଙ୍କୁ ସହାୟତା ଓ ଉପକରଣ ଯୋଗାଇଦେବା ପାଇଁ ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ଭୀମ ଭୋଇ ଭିନ୍ନକ୍ଷମ ସମର୍ଥ ଅଭିଯାନ ଶିବିର ଆୟୋଜନ କରାଯାଉଛି।