ମହାନଦୀ ବିବାଦକୁ ନେଇ କେନ୍ଦ୍ରର ଜଳ ସମ୍ପଦ ମନ୍ତ୍ରୀ ବି ଓଡ଼ିଶାର କିନ୍ତୁ ତାଙ୍କର ବି ହସ୍ତକ୍ଷେପ ବି ହେଉନାହିଁ:ନରସିଂହ ମିଶ୍ର
ଭୁବନେଶ୍ୱର:କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ବିରୋଧୀ ଦଳ ନେତା ଜାଣିବାକୁ ଚାହୁଁଛନ୍ତି ଦୁଇଟି ଗୃହ କମିଟି କିମିଟିର ବୈଠକ ଥରୁଟେ ବି ହୋଇନାହିଁ । ଏଥିରୁ ସ୍ପଷ୍ଟ ଆମେ ମହାନଦୀକୁ ନେଇ ତତ୍ପର । ମହାନଦୀ ବିବାଦକୁ ନେଇ କେନ୍ଦ୍ରର ଜଳ ସମ୍ପଦ ମନ୍ତ୍ରୀ ବି ଓଡ଼ିଶାର କିନ୍ତୁ ତାଙ୍କର ବି ହସ୍ତକ୍ଷେପ ବି ହେଉନାହିଁ । ମୁଖ୍ୟମନ୍ତ୍ରୀ 3 ତାରିଖରୁ ଜାପାନ ଯାଉଛନ୍ତି ଆଉ ଏପଟେ ଗୃହରେ ମହାନଦୀକୁ ନେଇ ମୋସନ ଆଲୋଚନା ହେବ । ତେବେ ତାର ଗୁରୁତ୍ୱ କଣ ରହିବ ବୋଲି ଗୃହରେ ପ୍ରଶ୍ନ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ମୁଖ୍ୟମନ୍ତ୍ରୀ 6 ତାରିଖ ପରେ ଗଲେ ଭଲ ହେବ ଏବଂ ଆଉ ମହାନଦୀ ଆଲୋଚନା ସମୟ ରେ ଗୃହରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଲେ ଭଲ ହେବ ବୋଲି କହିଲେ ନରସିଂହ ।